ଅମୃତ ଭାରତ ଷ୍ଟେସନ ଯୋଜନା ପାଇଁ ବାଲୁଗାଁ ଷ୍ଟେସନ ର ଭିତ୍ତି ପ୍ରସ୍ତର ସ୍ଥାପନ !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଅମୃତ ଭାରତ ଷ୍ଟେସନ ଯୋଜନା ରେ 508 ରେଳ ଷ୍ଟେସନ ପୁନଃବିକାଶ ନିମନ୍ତେ ଭିଡିଓ କନଫରେନ୍ସି ମାଧ୍ୟମରେ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି l ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ ରେଳ ଷ୍ଟେସନର ପୁନର୍ବାର ବିକାଶ କରିବା ନିମନ୍ତେ ୨୧.୪ କୋଟି ଟଙ୍କାର ବ୍ୟୟ ମଞ୍ଜୁର ହୋଇଥିବା ବେଳେ ଏହାର ରୂପ ରେଖ ବଦଳି ସୌନ୍ଦର୍ଯ୍ୟ କରଣ ବୃଦ୍ଧି ହେବାକୁ ଯାଉଛି l ବାଲୁଗାଁ ଚିଲିକା ଏକ ପର୍ଯ୍ୟଟନ ସ୍ଥଳ ହୋଇଥିବାରୁ ଜନସାଧାରଣ ଙ୍କ ଉତ୍ସାହ ଦେଖିବାକୁ ମିଳିଛି l ଆଜି ବାଲୁଗାଁ ରେଳ ଷ୍ଟେସନ ରେ ଏକ ଉଦଘାଟନ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ରାଷ୍ଟ୍ରୀୟ ପ୍ରବକ୍ତା ଡ଼.ସମ୍ବିତ ପାତ୍ର, ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ, ଚିଲିକା ବ୍ଲକ୍ ଚେୟାରମ୍ୟାନ ଶ୍ରୀମତୀ ଜ୍ୟୋତ୍ସ୍ନାରାଣୀ ବେହେରା, ବାଣପୁର ବ୍ଲକ୍ ଚେୟାରମ୍ୟାନ ଅମରେନ୍ଦ୍ର ରଣସିଂ, ବାଲୁଗାଁ ଏନ.ଏ.ସି. ନଗର ପାଳିକା ସୁକାନ୍ତି ପାଇକରାୟ ପ୍ରମୁଖ ଉପସ୍ଥିତ ଥିଲେ l ବିଭିନ୍ନ ସ୍କୁଲ ମାନଙ୍କରୁ ଆସିଥିବା ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l

Leave a Reply

Your email address will not be published. Required fields are marked *