ବନ୍ୟା ବିପନ୍ନ ପରିବାରଙ୍କୁ ” ସହଯୋଗ ” ପରିବାର ତରଫରୁ ଶୁଖିଲା ଖାଦ୍ୟ ବଣ୍ଟନ !!!

Spread the love

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ସୂର୍ଯ୍ୟକାନ୍ତ ଦଳେଇ : ବନ୍ୟା ବିପନ୍ନ ପରିବାରଙ୍କୁ ” ସହଯୋଗ ” ପରିବାର ତରଫରୁ ଶୁଖିଲା ଖାଦ୍ୟ ବଣ୍ଟନ ! ମହାନଦୀ ର ଶାଖା ନଦୀ ରେ ବନ୍ୟା ଜଳ ଆସି ଖୋର୍ଦ୍ଧା ବ୍ଲକ ହିରିମୂଳ ଗ୍ରାମ ବାହ୍ୟ ଜାତରୁ ବିଛିନ୍ନ ହୋଇ ଯାଇଥିବା ବେଳେ , ନରଣଗଡ ପଞ୍ଚାୟତ ଓ ବ୍ରଜମୋହନପୁର ପଞ୍ଚାୟତର ଅନେକ ଗୁଡ଼ିଏ ଗ୍ରାମର ଏକର ଏକର ଚାଷ ଜମି ଜଳମଗ୍ନ ହୋଇ ରହିଛି । ବନ୍ୟା ପ୍ରଭାବରେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହିରିମୂଳ ଗ୍ରାମରେ ପ୍ରଶାସନ ରନ୍ଧା ଖାଦ୍ୟ ପ୍ରଦାନ କରୁଥିବା ବେଳେ ଆଜି ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ର ସାମାଜିକ ସଂଗଠନ ” ସହଯୋଗ ” ପରିବାର ପ୍ରଥମେ ସହଯୋଗ ର ହାତ ବଢ଼ାଇଛି । ସହଯୋଗ ପରିବାର ତରଫରୁ ପ୍ରତି ପରିବାରକୁ ଚୁଡ଼ା, ଚିନି, ଅଟା, ମୁଢ଼ି, ବିସ୍କୁଟ, ପାଉଁରୁଟି, ସାବୁନ, ସ୍ନାକ୍ସ, ଟୁଥ ପେଷ୍ଟ , ବ୍ରସ୍, ପାଣି ବୋତଲ ,ଦିଆସିଲି ପ୍ରଭୃତି ପ୍ରଦାନ କରାଯାଇଛି ।

ରିଲିଫ ପ୍ରଦାନ କାର୍ଯ୍ୟକ୍ରମରେ ସହଯୋଗ ପରିବାର ବରିଷ୍ଠ ଉପଦେଷ୍ଟା ରବି ନାରାୟଣ ବେହେରା, ବରିଷ୍ଠ ସକ୍ରିୟ ସଭ୍ୟ ଶ୍ୟାମ ସୁନ୍ଦର ପଟ୍ଟନାୟକ, ଅଭିଳାଷ କୁମାର ସ୍ବାଇଁ, ଶିକ୍ଷକ ଉମେଶ ଚନ୍ଦ୍ର ମିଶ୍ର, ରଞ୍ଜନ କୁମାର ଭୋଳ, କୃପାସିନ୍ଧୁ ପଣ୍ଡା, ପ୍ରଭାକର ଜୟସିଂହ, ସୁବୋଧ କୁମାର ଭୋଳ, ବିଦ୍ୟା ସାଗର ପ୍ରଧାନ, ରାକେଶ କୁମାର ପରିଡ଼ା, ସକ୍ରିୟ ସଭ୍ୟ ତଥା ଉପଦେଷ୍ଟା ପ୍ରଣବ କୁମାର ଖାଡଙ୍ଗା, ମୁନମୁନ ବଳିଆରସିଂହ, ଦେବାଶିଷ ବିଶ୍ଵ ଭୁଷଣ ପାହାଡସିଂହ, ସକ୍ରିୟ ସଭ୍ୟ ପ୍ରତ୍ୟୁଷ କୁମାର ସାମନ୍ତରାୟ, ବ୍ରହ୍ମାନନ୍ଦ ଦାସ, ସୌମେନ୍ଦ୍ର ବଡ଼ଜେନା, ରାଜେଶ ପ୍ରତିହାରୀ, ଅଭିରାମ ପଣ୍ଡା, ନିରଞ୍ଜନ ଦଳେଇ, ଲକି ସାହୁ ପ୍ରମୁଖ ସହଯୋଗ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଆବାହକ ହିମାଂଶୁ ଭୁଷଣ ଚମ୍ପତିରାୟ ପରିଚାଳନା କରିଥିଲେ ।

 

 

Leave a Reply

Your email address will not be published. Required fields are marked *