ବୋଲଗଡ ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : ଅରବିନ୍ଦ କେଜରିୱାଲ ଙ୍କ ୫୫ତମ ଜନ୍ମ ଦିବସ ପାଳନ କଲେ ସମର୍ଥକ ! ଆମ ଆଦମୀ ପାର୍ଟି ରାଷ୍ଟ୍ରୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଶ୍ରୀ ଅରବିନ୍ଦ କେଜରିୱାଲ ଜୀଙ୍କ ୫୫ତମ ଜନ୍ମ ଦିବସ ଉପଲକ୍ଷେ ବେଗୁନିଆ ବିଧାନସଭା କ୍ଷେତ୍ର ସଂଯୋଜକ କଳ୍ପତରୁ ପଣ୍ଡା ଙ୍କ ନେତୃତ୍ୱରେ ବୋଲଗଡ଼ ବ୍ଲକ ଅନ୍ତର୍ଗତ ପାଟପୁର ଶାସନ ପଞ୍ଚାୟତ ବରଡାଲିଆ କଲ୍ୟାଣ ମଣ୍ଡପ ପରିସରରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ! ଖୋର୍ଦ୍ଧା ଜିଲ୍ଲା ଆପ ସହ ସଂପାଦକ ଚିତ୍ତରଞ୍ଜନ ଆଚାର୍ଯ୍ୟଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ବିଶିଷ୍ଟ ପରିବେଶବିତ ବଂଶୀଧର ପଣ୍ଡା ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ ! ପ୍ରାୟ ଆଠ ଟି ପଞ୍ଚାୟତ ରୁ ଅରବିନ୍ଦ ପ୍ରେମୀ ଯୁବକ ମାନେ ଯୋଗଦେଇ ବୋଲଗଡ଼ ବ୍ଲକ ସଭାପତି କିଶୋର ଚନ୍ଦ୍ର ସାହୁ ଙ୍କ ଠାରୁ ଅରବିନ୍ଦ ଜୀ ଙ୍କର ସଂଘର୍ଷ , ସମାଜ ସେବା ଓ ଶିକ୍ଷାଗତ ଯୋଗ୍ୟତା ସମ୍ପର୍କ ରେ ସୂଚନା ପାଇଥିଲେ ! ଜ୍ୟୋତିର୍ମୟ ପଣ୍ଡା, ବ୍ରହ୍ମାନନ୍ଦ ସାହୁ, ବିଶ୍ୱଜିତ୍ ହୋତା, କବିରାଜ ଗୋଛି, ଜ୍ୟୋତି ରଞ୍ଜନ ପଣ୍ଡା ପ୍ରମୁଖ ବୃକ୍ଷ ରୋପଣ କରିଥିଲେ ! ପରିଶେଷରେ ବରିଷ୍ଠ ସଦସ୍ୟ ଅକ୍ଷୟ ବଳିୟାର ସିଂହଙ୍କ ପରାମର୍ଶ କ୍ରମେ କଲ୍ୟାଣ ମଣ୍ଡପ ପରିସରରେ ସଫେଇ କାମ କରାଯାଇ ସଭା ସାଙ୍ଗ ହୋଇଥିଲା, ଅଞ୍ଚଳ ବାସୀ ଆପ ର ଏହି କାର୍ଯ୍ୟକ୍ରମ କୁ ପ୍ରଶଂସା କରିଛନ୍ତି !
ଅରବିନ୍ଦ କେଜରିୱାଲ ଙ୍କ ୫୫ ତମ ଜନ୍ମ ଦିବସ ପାଳନ କଲେ ସମର୍ଥକ !!!

