ସେବା ମନସ୍କ ସମାଜସେବୀ ଶୁଭେନ୍ଦୁ ଶତପଥୀ !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ମଣିଷକୁ ନିଜର ମହତ୍ କର୍ମ ଆଉ ସମାଜ ପ୍ରତି ତ୍ୟାଗ ସମୟ କ୍ରମେ ଆଦର୍ଶ ମଣିଷ ଭାବେ ଗଢିତୋଳେ । ରକ୍ତଦାନ ସେବା ସହ ବହୁବିଧ ମହତ୍ କାର୍ଯ୍ୟର ଜଣେ ସାଧକ ଯୁବ ସମାଜସେବୀ ରକ୍ତଦାତା ଶୁଭେନ୍ଦୁ ଶତପଥୀ ଏକ ପରିଚିତ ଚେହେରା । ଜଗତସିଂହପୁର ଜିଲ୍ଲା ୨୨ ମୌଜା ସ୍ଥିତ ବାଗଲପୁର ଗ୍ରାମରେ ଶରତ ଚଂଦ୍ର ଶତପଥୀ ଓ ମାତା ସ୍ୱର୍ଗତା ଶକୁନ୍ତଳା ଶତପଥୀଙ୍କ କୋଳ ମଣ୍ଡନ କରି ୧୯୭୬ ମସିହାରେ ତାଙ୍କ ଜନ୍ମ । ବାଇଶିମୌଜା ପୁରଣ ହାଇସ୍କୁଲରୁ ମାଟ୍ରିକ, ଅଳକା ମହାବିଦ୍ୟାଳୟ ଜଗତସିଂହପୁରରୁ ଯୁକ୍ତ ଦୁଇ ବିଜ୍ଞାନ ଶିକ୍ଷା ଲାଭ ପରେ ବିବିଏ ଓ ଏମବିଏ ପରେ ଏବେ ଆଇଟି ସେକ୍ଟର ଘରୋଇ ଉଦ୍ୟୋଗରେ କାର୍ଯ୍ୟରତ । ନିଜ ଜନ୍ମ ଦିନରେ ଏବଂ ବିବାହ ବାର୍ଷିକରେ ରକ୍ତଦାନ (ଏଯାବତ୍ ୨୬ ଥର ରକ୍ତଦାନ) କରି ସମାଜ ପାଇଁ ଉଦାହରଣ ପାଲଟିଛନ୍ତି । ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେଉଥିବା ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଯଥା ବିଷ୍ଣୁପ୍ରିୟା ଚାରିଟେବୁଲ୍ ଟ୍ରଷ୍ଟ – ଓଡ଼ିଶା (ବିସିଟି) ଓ ସରସ୍ଵତୀ କଳା ପରିଷଦ ମିଳିତ ସହଯୋଗରେ କଟକ ସଦର କନ୍ଦରପୁର ଠାରେ ଅନୁଷ୍ଟିତ ହେଉଥିବା ଶିବିର, କ୍ୟାପିଟାଲ୍ ହସ୍ପିଟାଲ୍ ଭୁବନେଶ୍ବର, କେନ୍ଦ୍ରୀୟ ରକ୍ତ ଭଣ୍ଡାର କଟକ ଶାଖା, ଏଆଇଏମସ୍ ଭୁବନେଶ୍ବର, ଆମ୍ରି ହସ୍ପିଟାଲ୍ ଭୁବନେଶ୍ବର, ସମ୍ବାଦ ଆମ ଓଡ଼ିଶା ପକ୍ଷରୁ ଆୟୋଜିତ ବିଏମସି ହସ୍ପିଟାଲ୍ ଭୁବନେଶ୍ବର, ବୟାଳିଶମୌଜା ଆଦି ବିଭିନ୍ନ ସ୍ଥାନରେ ଆୟୋଜିତ ହେଉଥିବା ଶିବିରରେ ରକ୍ତଦାନ କରିବା ସହ ରକ୍ତଦାତା, ସଙ୍ଗଠକ ଓ ସଂଗଠନ ମାନଙ୍କୁ ଉତ୍ସାହିତ କରିବା ସହ ସହଯୋଗ ପ୍ରଦାନ ମଧ୍ୟ କରିଥାନ୍ତି । ନିୟମିତ ରକ୍ତଦାନ ସମ୍ପର୍କରେ ତାଙ୍କ ଅଭ୍ୟାସ କଥା ପଚାରିଲେ ସେ କୁହନ୍ତି ସେ ନିଜେ ଏକ ବଡ଼ ଧରଣର ଦୁର୍ଘଟଣାର ଶୀକାର ହେବା ପରେ, ରକ୍ତର ବାସ୍ତବ ଆବଶ୍ୟକତା ମଣିଷ ଜୀବନରେ କେତେ ଗୁରୁତ୍ୱପୂର୍ଣ୍ଣ ଯାହା ଭାଷାରେ ବର୍ଣ୍ଣନା କରିବା ସମ୍ଭବ ନୁହେଁ ଏଣୁ ପ୍ରତ୍ୟେକ ମଣିଷ ରକ୍ତଦାନ ଭଳି ସର୍ବଶ୍ରେଷ୍ଠ ମହତ୍ ଦାନ କରିବା ଆବଶ୍ୟକ ।

Leave a Reply

Your email address will not be published. Required fields are marked *