ସତର୍କତା ଦ୍ଵାରା ଜୀବନ ରକ୍ଷା ସମ୍ଭବ ।

0
397

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ସତର୍କତା ଦ୍ଵାରା ଜୀବନ ରକ୍ଷା ହୋଇଥାଏ । ଗାଡ଼ି ଚଳାଇବା ବେଳେ ସଦା ସର୍ବଦା ନିଜର ସୁରକ୍ଷା ପାଇଁ ସତର୍କତା ଅବଲମ୍ବନ କରିବା ଆବଶ୍ୟକ ବୋଲି ସ୍ଥାନୀୟ ଦଶପଲ୍ଲା କୋର୍ଟ ପରିସରରେ ଅନୁଷ୍ଠିତ ଆଇନ ସଚେତନତା ସାକ୍ଷରତା ଶିବିରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନୟାଗଡ ଜିଲ୍ଲା ଦୌରା ଜଜ ଶ୍ରୀମତୀ ରୁପଶ୍ରୀ ଚୌଧୁରୀ ପ୍ରକାଶ କରିଛନ୍ତି । ଦଶପଲ୍ଲା ତାଲୁକ୍ ଆଇନସେବା କମିଟି ର ଅଧ୍ୟକ୍ଷ ତଥା ଜେଏମଏଫ୍ ସି ମିର୍ଜା ଅସଲମ୍ ବେଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଅନ୍ୟତମ ମଞ୍ଚାସିନ ଅତିଥି ମାନଙ୍କ ମଧ୍ୟରେ ରାଜ୍ୟ ଉଚ୍ଚ ନ୍ୟାୟାଳୟ ରେ କାର୍ଯ୍ୟରତ ଥିବା ଆଇନଜୀବୀ ପ୍ରଭୁ ପ୍ରସନ୍ନ ବେହେରା ଯୋଗଦେଇ ଦୁର୍ଘଟଣା ସମୟରେ କିଭଳି ଭାବେ ଜଣେ ବ୍ୟକ୍ତି ଙ୍କୁ ବ୍ୟବହାର କରିବ,ସାହାଯ୍ୟ କରିବ ଏବଂ କିଭଳି ଭାବେ ଉଦ୍ଧାର କରି ସ୍ୱାସ୍ଥ୍ୟ କେନ୍ଦ୍ର ପର୍ଯ୍ୟନ୍ତ ସାହାଯ୍ୟ କରାଯାଇ ପାରିବ ସେ ନେଇ ବିସ୍ତୃତ ଆଲୋଚନା କରିଥିବା ବେଳେ ଏହାର ଡେମୋ କରି ଦେଖାଇଥିଲେ । ଅନ୍ୟତମ ଅତିଥି ନୟାଗଡ ଜିଲ୍ଲାର ବରିଷ୍ଠ ଆଇନଜୀବି ଯୁଜୁ ମହାପାତ୍ର ଦୁର୍ଘଟଣା ଗ୍ରସ୍ତ ବ୍ୟକ୍ତି ଙ୍କ ପାଇଁ ଥିବା ବିଭିନ୍ନ ଆଇନ ସଂପର୍କରେ ବୁଝାଇ ସଚେତନ କରିଥିବା ବେଳେ ଦଶପଲ୍ଲା ଥାନା ଏସ ଆଇ ଚକ୍ରଧର ସିଂହ ଗାଡ଼ି ଚାଳକ ମାନଙ୍କ ପାଇଁ ହୋଇଥିବା ନୂତନ ନିୟମ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ସଚେତନତା / ସାକ୍ଷରତା ଶିବିରରେ ସଡ଼କ ସୁରକ୍ଷା, ମୋଟର ଯାନ ଆଇନ ଓ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତି ଙ୍କ ପାଇଁ ଥିବା ସହାୟତା ସମ୍ପର୍କ ରେ ଆଲୋଚନା କରାଯାଇଥିବା ବେଳେ ଏହି ସଭାରେ ଦଶପଲ୍ଲା ଓକିଲ ସଂଘ ସଭାପତି ବିରେନ୍ଦ୍ର ନାୟକ, ସମ୍ପାଦକ ବିରଞ୍ଚି ପ୍ରସାଦ ସାହୁ, ଆଇନଜୀବୀ ଶୈଲେନ୍ଦ୍ର କୁମାର ଦେଓ, ପ୍ରମୋଦ କୁମାର ପ୍ରଧାନ, ବ୍ରଜେନ୍ଦ୍ର କୁମାର ବେହେରା , ବେଣୁଧର ନାୟକ, ପ୍ରହଲ୍ଲାଦ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ . ଶେଷରେ ଆଇନୀଜିବୀ ଆଲୋକ ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here