ବେଗୁନିଆ ( ଆୱାଜ ମିଡ଼ିଆ ) – ସମିର ସୁନ୍ଦରାୟ : ବେଗୁନିଆ ବ୍ଲକ ଅନ୍ତର୍ଗତ ଦୁର୍ଗାପୁର ଗ୍ରାମପଞ୍ଚାୟତ ଗୁଡ଼ୁମ ଗ୍ରାମର ପତିତପାବନ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି I ଏହି ଶିବିର କୁ ଦୁର୍ଗାପୁର ପଞ୍ଚାୟତର ଯୁବଗୋଷ୍ଠି , ସ୍ଥାନୀୟ ସରପଞ୍ଚ , ସମିତି ସଭ୍ୟା ଏବଂ ପଞ୍ଚାୟତର ଅନେକ ସ୍ୱେଚ୍ଛାସେବୀ ଆୟୋଜନ କରିଥିବା ସ୍ଥଳେ ଏହାକୁ ପରିଚାଳନା କରିଥିଲେ ଭୁବନେଶ୍ୱର ଏମସ ହସ୍ପିଟାଲର ପାଖାପାଖି 100 ଜଣ କର୍ମକର୍ତ୍ତା I ଏହି ଶିବିର ରେ ମୁଖ୍ୟତଃ ହୃଦରୋଗ, ରକ୍ତଚାପ, ମଧୁମେହ ଏବଂ ଶ୍ଵାସ ରୋଗର ଅତ୍ୟାଧୁନିକ ଯନ୍ତ୍ରପାତି ଦ୍ୱାରା ପରୀକ୍ଷା କରାଯାଇଥିଲା ! ଉପଯୁକ୍ତ ପରାମର୍ଶ ସହିତ ମାଗଣା ଔଷଧ ବଣ୍ଟନ କରାଯାଇଥିଲା I ଶିବିରରେ ମୋଟ 417 ଜଣ ବ୍ୟକ୍ତି ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରିଥିବା ସ୍ଥଳେ ସେଥିମଧ୍ୟରୁ ପାଖାପାଖି 75 ଜଣ ହୃଦରୋଗୀଙ୍କୁ ଚିହ୍ନଟ କରାଯାଇଥିଲା I ପରିଶେଷରେ ଏକ ସଭା ମାଧ୍ୟମରେ ଏମ୍ସର ବରିଷ୍ଠ ଡାକ୍ତର ରମେଶ ଚନ୍ଦ୍ର ବାରିକ ସ୍ୱାସ୍ଥ୍ୟ ସମ୍ବଦ୍ଧୀୟ ବାର୍ତ୍ତା ପ୍ରଦାନ କରିବାକୁ ଯାଇ ବୁଝାଇଥିଲେଯେ , ଏବେକା ମନୁଷ୍ୟର ଅନିୟମିତତା ଜୀବନଚର୍ଯ୍ୟା ପାଇଁ ଏପରି ସ୍ୱାସ୍ଥ୍ୟଗତ ସମସ୍ୟା ଦେଖା ଦେଉଛି I ଏଥିସହିତ ଡ଼ଃ ସତ୍ୟପ୍ରେମ ମହାନ୍ତି, ଡ଼ଃ ରୁଦ୍ରପ୍ରତାପ ମହାପାତ୍ର, ଡ଼ଃ ସିଦ୍ଧାର୍ଥ କାଟେରିଆ ପ୍ରମୁଖ ଜନସାଧାରଣଙ୍କୁ ସ୍ୱାସ୍ଥ୍ୟ ବାର୍ତ୍ତା ଦେଇଥିଲେ I
ଦୁର୍ଗାପୁର ଗ୍ରାମପଞ୍ଚାୟତରେ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର !!!

