ଟ୍ରକ ଚକା ତଳେ ଚାପି ହୋଇ ପାଦ ହରାଇଲେ ବୃଦ୍ଧ : ସହାୟତା କରି ଦୃଷ୍ଟାନ୍ତ ସୃଷ୍ଟି କଲା ବାଣପୁର ପୋଲିସ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଣପୁର ବିଜ୍ଞାପିତ ଅଞ୍ଚଳ ରଘୁନାଥ ସାହି ଛକ ରେ ଏକ ଦୁର୍ଘଟଣା ରେ ଜଣେ ବୃଦ୍ଧ ବ୍ୟକ୍ତି ନିଜ ଗୋଡ଼ ହରାଇଛନ୍ତି ! ଘଟଣା ରୁ ପ୍ରକାଶ ଯେ ଦିନ ପ୍ରାୟ ଏକ ଘଟିକା ସମୟ ରେ ବାଣପୁର ମୁଖ୍ୟ ରାସ୍ତା ରେ ଏକ ସିମେଣ୍ଟ ବୋଝେଇ ଟ୍ରକ ନମ୍ବର ଏ ପି 39 ୟୁ 9589 ବାଲୁଗାଁ ପଟକୁ ଯାଉଥିବା ବେଳେ ମଙ୍ଗରାଜପୁର ଗ୍ରାମର ସୁରେନ୍ଦ୍ର ପ୍ରଧାନ ନାମକ ଜୈନିକ ବୃଦ୍ଧ ବ୍ୟକ୍ତି ମାତାଲ ହୋଇ ଟ୍ରକ କୁ ଅଟକାଇ ଟ୍ରକ ଡ୍ରାଇଭର ପାଖ କବାଟ ପାଖକୁ ଚଢିବାକୁ ଉଦ୍ୟମ କରୁଥିବା ବେଳେ ତାଙ୍କ ଗୋଡ଼ ଖସି ଯାଇଥିଲା ! ଫଳରେ ଉକ୍ତ ବ୍ୟକ୍ତି ଙ୍କ ଡାହାଣ ଗୋଡ଼ ଗୋଇଠି ଓ ପାଦ ଉପରେ ଟ୍ରକ ର ପଛଚକା ଚଢ଼ି ଯାଇଥିଲା । ଦୁର୍ଘଟଣା ରେ ଆହତ ହୋଇ ରାସ୍ତାରେ ପଡ଼ି ଛଟପଟ ହେଉଥିବା ବେଳେ ତାଙ୍କୁ କେହି ସହାୟତା କରି ନଥିଲେ ! କିନ୍ତୁ କୌଣସି ସୂତ୍ର ରୁ ଖବର ପାଇ ବାଣପୁର ଥାନା ଅଧିକାରୀ ରମେଶ କୁମାର ଦେବତା ଏବଂ ସେକେଣ୍ଡ ଅଫିସର ରବି ନାରାୟଣ ଗୌଡ଼ ତୁରନ୍ତ ସେଠାରେ ପହଁଚିଲେ ! ରକ୍ତ ସ୍ରାବ ଯୋଗୁଁ ଆହତ ଜଣକ ଛଟପଟ ହେଉଥିବା ବେଳେ କୌଣସି ଆମ୍ବୁଲାନ୍ସ କୁ ଅପେକ୍ଷା ନକରି ନିଜେ ଥାନା ଅଧିକାରୀ ତାଙ୍କ ସହଯୋଗୀ ପୁଲିସ ଆହତ ଙ୍କୁ ନିଜ ହାତରେ ଉଠାଇ ଥାନା ଗାଡ଼ିରେ ଡାକ୍ତରଖାନା କୁ ନେଇ ନିଜେ ଉପସ୍ଥିତ ରହି ଚିକିତ୍ସା କରାଇଥିଲେ ! ପରିବାରକୁ ଦୁର୍ଘଟଣା ସମ୍ପର୍କରେ ଖବର ଦେଇଥିଲେ । ସୁରେନ୍ଦ୍ର ପ୍ରଧାନଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ବର ସ୍ଥାନାନ୍ତରିତ କରାଯାଇଛି । ସାଧାରଣତଃ ପୁଲିସ କହିଲେ ସାଧାରଣ ରେ ଭୟ ଓ ସନ୍ଦେହ ସୃଷ୍ଟି ହେଉଥିବା ବେଳେ ବାଣପୁର ଥାନା ଅଧିକାରୀ ଦୁର୍ଘଟଣା ଗ୍ରସ୍ତ କୁ ନିଜେ ଉଠାଇ ଥାନା ଗାଡ଼ିରେ ନେଇ ମାନବିକତା ର ଯେଉଁ ଉଦାହରଣ ଦେଖାଇଛନ୍ତି ତାହା ସାଧାରଣ ରେ ପୁଲିସ ପ୍ରତି ଶ୍ରଦ୍ଧା ଓ ସମ୍ମାନ ସୃଷ୍ଟି କରିଛି ।।

Leave a Reply

Your email address will not be published. Required fields are marked *