ଅଗ୍ନିକାଣ୍ଡ ବିପନ୍ନଙ୍କୁ ଭେଟିଲେ ସ୍ଥାନୀୟ ବିଧାୟକ

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳା ଗ୍ରାମ ପଞ୍ଚାୟତର ଦୁଧିଆ ମୁଣ୍ଡିଆ ନିକଟ ରଘୁନାଥପୁର ବସ୍ତିରେ ବିଦ୍ୟୁତ ସଟ ସର୍କିଟ ଯୋଗୁଁ ଭୟାବହ ଅଗ୍ନିକାଣ୍ଡ ଘଟି ଦୁଇ ବଖରା ବାସଗୃହ, ସମସ୍ତ ଘର କରଣା ଜିନିଷ, ଆସବାବ ପତ୍ର ଜଳି ପୋଡିନଷ୍ଟ ହେବା ସହ ଏକ ଗର୍ଭବତୀ ଗାଇ ଜୀବନ୍ତ ଦଗ୍ଧ ହୋଇ ଯାଇଥିଲା l ଏହି ଘଟଣା ସମ୍ବନ୍ଧରେ ସମାଜ ସେବୀ ସଚିକାନ୍ତ ଷଡ଼ଙ୍ଗୀ ଜାଣିବା ପରେ ସେ ସ୍ଥାନୀୟ ବିଧାୟକ, ତହସିଲଦାରଙ୍କ ସହିତ ଯୋଗାଯୋଗ କରି ସୀତା ସାହୁଙ୍କୁ ସହାୟତା ପ୍ରଦାନ ପାଇଁ ଅନୁରୋଧ କରିଥିଲେ l ଏହି ଖବର ପାଇବା ପରେ ସ୍ଥାନୀୟ ବିଧାୟକ ସତ୍ୟ ନାରାୟଣ ପ୍ରଧାନ ଦୁଃଖ ପ୍ରକାଶ କରିବା ସହ ଆଜି ଅଗ୍ନି ଵିପନ୍ନ ପରିବାରକୁ ଭେଟି ସମବେଦନା ଜଣାଇଥିଲେ ଏବଂ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବା ପାଇଁ ପ୍ରତିଶୃତି ଦେବା ସହ ବସ୍ତ୍ର ଓ କିଛି ସହାୟତା ରାଶି ପ୍ରଦାନ କରିଥିଲେ l ତହସିଲଦାର ଙ୍କୁ ଯୋଗାଯୋଗ କରି ରେଡ଼କ୍ରସ ତରଫରୁ ସହାୟତା ପ୍ରଦାନ କରିବା ପାଇଁ କହିଥିଲେ ସ୍ଥାନୀୟ ବିଧାୟକ l

Leave a Reply

Your email address will not be published. Required fields are marked *