ନୟାଗଡ ଜିଲ୍ଲାରେ ଗଡ଼ିଲା କୃଷି ସଚେତନତା ରଥ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ମମତା ମହାପାତ୍ର : ରାଜ୍ୟ ସରକାର ଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ହୋଇଛି ସଶକ୍ତ ! ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୃଷି ଓ କୃଷକ ର ଉନ୍ନତି ପାଇଁ କରିଛନ୍ତି ଅନେକ ଯୋଜନା ! ଯେଉଁଥି ପାଇଁ ସାମାଜିକ ଅର୍ଥନୈତିକ କ୍ଷେତ୍ର ରେ କୃଷକ ମାନେ ସ୍ୱାବଲମ୍ବୀ ହୋଇ ପାରିଛନ୍ତି, ଆସନ୍ତା ନଭେମ୍ବର 13 ତାରିଖ ରୁ 17 ତାରିଖ ପର୍ଯ୍ୟନ୍ତ 5 ଦିନ ଧରି ନୟାଗଡ଼ ଷ୍ଟାଡିୟମ ପଡିଆ ରେ ଜିଲ୍ଲା ସ୍ତରୀୟ କୃଷି ଓ ଯନ୍ତ୍ରପାତି ମେଳା ଅନୁଷ୍ଠିତ ହେବାକୁ ଯାଉଛି, ଏହି ଉପଲକ୍ଷେ ଆଜି ଜିଲାପାଳ ଙ୍କ କାର୍ଯ୍ୟାଳୟ ପରିସରରୁ କୃଷି ରଥ ଗଡିଛି ! ନୟାଗଡ଼ ବିଧାୟକ ଡ଼.ଅରୁଣ କୁମାର ସାହୁ ଓ ନୟାଗଡ଼ ଜିଲାପାଳ ରବୀନ୍ଦ୍ର ନାଥ ସାହୁ ଅନୁଷ୍ଠାନିକ ଭାବେ 3 ଗୋଟି ସଚେତନତା ରଥ କୁ ଉଦଘାଟନ କରିଛନ୍ତି ! ଏହି ସଚେତନତା ରଥ ଜିଲ୍ଲା ର ପ୍ରତ୍ୟକ ବ୍ଳକ ଓ ପଞ୍ଚାୟତ ସ୍ତରକୁ ଗଡି, ନାଟକ ମାଧ୍ୟମ ରେ ବିଭିନ୍ନ ସଚେତନତା ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଇବ ! ଆଗାମୀ 13 ତାରିଖ ରେ ଅନୁଷ୍ଠିତ ହେବାକୁ ଥିବା କୃଷକ ମେଳା ରେ ମୁଖ୍ୟତଃ ଉନ୍ନତ କୃଷି ଯନ୍ତ୍ରପାତି ର ପ୍ରଦର୍ଶନ ଓ ବିକ୍ରୟ, ବ୍ୟାଙ୍କ ସହାୟତା କେନ୍ଦ୍ର ମାଧ୍ୟମ ରେ କୃଷି ଯନ୍ତ୍ରପାତି ପାଇଁ ଋଣ ର ସୁଯୋଗ, ବିଭିନ୍ନ କୃଷି ଯନ୍ତ୍ରପାତି ପାଇଁ ସରକାରୀ ଆର୍ଥିକ ସହାୟତା ର ସଚେତନତା କୃଷି ଓ ଅନୁସଙ୍ଗିକ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଯୋଜନା ଗୁଡିକର ପ୍ରଚାର ଓ ପ୍ରସାର ଏହି ସଚେତନତା ରଥ ଦ୍ୱାରା କରାଯିବ ! ଏଥି ସହିତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କ ନିମନ୍ତେ ବିଶେଷ ରିହାତି ରହିଛି ! ଅଗ୍ରିମ ତତ୍କାଳ ବୁକିଂ ବ୍ୟବସ୍ଥା ଉପରେ ସଚେତନତା କରାଯିବ, ଆଜିର ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ପରିଷଦ ସୁବାଷ କହଁର, ଆଶିଷ ଅଗ୍ରୱାଲ, ଓ ଖିରୋଦ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ ! ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ବିଷ୍ଣୁ ପ୍ରସାଦ ସାହୁ, ଏଡିଓ ସଞ୍ଜୟ କୁମାର ଦଳେଇ, କୃଷି ବିଭାଗ ର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସୁଧାଂଶୁ ଶେଖର ଦାସ, କୃଷି ବିଭାଗ ସହକାରୀ ନିର୍ଦେଶକ ଲଲାଟେନ୍ଦୁ ମହାପାତ୍ର, ଏଡିଓ ସ୍ଵାଗତିକା ପତି, ସହକାରୀ ଏଗ୍ରୀ କଲଚର ଅଫିସର ମୁକ୍ତିଲିନା ମୋନିକା, ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ ଓ କୃଷି ବିଭାଗ ର ସମସ୍ତ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ !

 

 

 

Leave a Reply

Your email address will not be published. Required fields are marked *