ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ରାଜ୍ୟର ବିଭିନ୍ନ ଶକ୍ତିପୀଠ ମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାର ପ୍ରସିଦ୍ଧ ଶକ୍ତି ପୀଠ ହେଉଛି ବାଣପୁର ର ମା’ ଭଗବତୀ ପୀଠ ! ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ବିଭିନ୍ନ ଶକ୍ତିପୀଠ ମାନଙ୍କ ରେ ନବରାତ୍ର ପୂଜାର୍ଚ୍ଚନା ଚାଲିଥିବା ବେଳେ କେତେକ ଅସ୍ଥାୟୀ ପୂଜା ମଣ୍ଡପରେ ମଧ୍ୟ ମା’ ଦୁର୍ଗା ଙ୍କର ପୂଜାର୍ଚ୍ଚନା ଆରମ୍ଭ ହୋଇ ସାରିଛି । ପାର୍ବଣ ଋତୁରେ ସବୁଠି ଦେଖିବା ପାଇଁ ମିଳିଛି ଉତ୍ସବର ମାହୋଲ୍ । ଏପଟେ ଶକ୍ତିପୀଠ ମାନଙ୍କରେ ଆଜି ହେଉଛି ମହାଷ୍ଟମୀ ପୂଜା । ଖୋର୍ଦ୍ଧା ଜିଲ୍ଲାର ଏହି ଶକ୍ତି ପୀଠରେ ଯଥା ବାଣପୁର ର ଅଧିଷ୍ଠାତ୍ରୀ ଦେବୀ ମା’ ଭଗବତୀ ଙ୍କ ପୀଠ ଏବେ ଚଳଚଞ୍ଚଳ ହୋଇ ଉଠିଛି । ରବିବାର ମହାଗୌରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ମା’ ଭଗବତୀ । ଶହ ଶହ ଭକ୍ତ ମା’ ଙ୍କର ଏହି ବେଶ କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରି କୋଟି ପୂଣ୍ୟ ଅର୍ଜନ କରିଛନ୍ତି । ସୁରକ୍ଷା ଦୃଷ୍ଟିରୁ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା ।
ବାଣପୁର ର ମା’ ଭଗବତୀ : ମହାଗୌରୀ ବେଶରେ ଭକ୍ତଙ୍କୁ ଦେଲେ ଦର୍ଶନ !!!

