ବାଙ୍କୀ ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ବାଙ୍କୀ ର ଗଣପର୍ବ କୁମାରୋତ୍ସବ ଅବସରରେ ଚାଲିଛି ବାଙ୍କୀ ମହୋତ୍ସବ ! ଚଳିତ ବର୍ଷ ମହୋତ୍ସବର 26 ତମ ସଂସ୍କରଣ ସଫଳତାର ସହ ଆୟୋଜିତ ହେଉଥିବା ସମୟରେ ପ୍ରାକୃତିକ ତାଡନା କାରଣରୁ ତୃତୀୟ ସଂଧ୍ୟାର କାର୍ଯ୍ୟକ୍ରମ ବାତିଲ ହୋଇଥିଲା ! ତେବେ ଉଦଘାଟନୀ ସମାରୋହ ଠାରୁ ଆରମ୍ଭ କରି ଚତୁର୍ଥ ସନ୍ଧ୍ୟା ପର୍ଯ୍ୟନ୍ତ କଚେରୀ ପଡିଆରେ ଦର୍ଶକଙ୍କ ଖଚାଖଚ ଭିଡ ଦେଖିବାକୁ ମିଳିଥିଲା ! ସାଧାରଣ ସଭା ଠାରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟସୂଚୀ ଶାନ୍ତି ଶୃଙ୍ଖଳାର ସହ ଆୟୋଜିତ ହେଉଛି , ହେଲେ ନିମନ୍ତ୍ରଣ ପତ୍ର ରେ ଥିବା ଅତିଥି ଏବଂ ମଞ୍ଚରେ ବସିଥିବା ଅତିଥିଙ୍କ ବିଷୟରେ ପଚାରିଲେ ମିଡ଼ିଆ କୁ ବୟାନ ଦେବାକୁ ଅମଙ୍ଗ ହେଉଛନ୍ତି ବାଙ୍କୀ ମହୋତ୍ସବ ର ମିଡ଼ିଆ କୋର୍ଡିନେଟର ଭାଗିରଥି ପାଣି ! କିନ୍ତୁ ମଞ୍ଚକୁ ଆସୁଥିବା ସେଲିବ୍ରିଟିଙ୍କ ସହ ଫଟୋ ନେଇ ସ୍ଟାଟସ ଦେବାକୁ ଜମା ଭୁଲୁ ନାହାନ୍ତି !


