ଚିନ୍ମୟ ଫାଉଣ୍ଡେସନର ଆନ୍ତର୍ଜାତିକ ଫୁଲ ଘର ପ୍ରତିଯୋଗିତା : ଯୋଗଦେଲେ ୧୨୫୬ ଜଣ ପ୍ରତିଯୋଗୀ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଗ୍ରାମାଞ୍ଚଳର ଲୁକ୍କାୟିତ ପ୍ରତିଭାକୁ ବିଶ୍ୱ ବ୍ୟାପୀ କରିବା ଉଦ୍ଦେଶ୍ୟରେ ଯାଜପୁର ଜିଲ୍ଲାର ବାବଲପୁର ସ୍ଥିତ ଆନ୍ତର୍ଜାତିକ ଲୋକ ସଂଗଠନ ଚିନ୍ମୟ ଫାଉଣ୍ଡେସନ ପକ୍ଷରୁ ବିଭିନ୍ନ ପର୍ଯ୍ୟାୟରେ ପ୍ରତିଯୋଗିତା ମୂଳକ କାର୍ଯ୍ୟକ୍ରମ ଜାରି ରହିଛି । ଚଳିତ ମାସ କୁମାର ପୂର୍ଣ୍ଣିମା ଉପଲକ୍ଷେ ପାଞ୍ଚ ଦିନ ଧରି ଚଉରା ପାଖରେ କୁମାରୀ ମାନଙ୍କର ବିଭିନ୍ନ ରଙ୍ଗ ବେରଙ୍ଗର ଫୁଲ ଘରକୁ ନେଇ ଅନ୍ ଲାଇନ୍ ପ୍ରତିଯୋଗିତା କରାଯାଇଥିଲା । ଫାଉଣ୍ଡେସନ ଦ୍ଵାରା ପରିଚାଳିତ କାର୍ଯ୍ୟକ୍ରମ ଆନ୍ତର୍ଜାତିକ ଗ୍ରାମୀଣ ପ୍ରତିଭା ଅନ୍ଵେଷଣ ଅଭିଯାନ ଦ୍ଵାରା ଆୟୋଜିତ ଏହି ପ୍ରତିଯୋଗିତାରେ ୧୨୫୬ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ ।

ବିଭିନ୍ନ ଦେଶର ଚିତ୍ରକର ମାନଙ୍କ ଦ୍ଵାରା ଏହି ଚିତ୍ର ଗୁଡ଼ିକର ମୂଲ୍ୟାଙ୍କନ କରାଯାଇ ଆସନ୍ତା ଜାନୁୟାରୀ ୨୬ ତାରିଖ ଦିନ ଶ୍ରେଷ୍ଠ ୧୦ଜଣ ପ୍ରତିଯୋଗୀଙ୍କୁ ଫୁଲରାଣୀ ସମ୍ମାନରେ ସମ୍ମାନିତ କରାଯିବ। ଏତଦବ୍ୟତୀତ କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ମୁରୁଜ ପ୍ରତିଯୋଗୀତାରେ ଦଶ ଜଣଙ୍କୁ ଶ୍ରେଷ୍ଠ ମୁରୁଜ ରାଣୀ ,ଗୁରୁବାର ସେର ଝୋଟି ପ୍ରତିଯୋଗିତାର ଶ୍ରେଷ୍ଠ ଦଶ ଜଣଙ୍କୁ ଶ୍ରେଷ୍ଠ ଝୋଟି ରାଣୀ ଓ ମେହେନ୍ଦି ପ୍ରତିଯୋଗିତାରେ ଶ୍ରେଷ୍ଠ ଦଶ ଜଣଙ୍କୁ ମେହେନ୍ଦି ରାଣୀ ସମ୍ମାନରେ ସମ୍ମାନିତ କରାଯିବ ବୋଲି ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଆନ୍ତର୍ଜାତୀୟ ଅଧ୍ୟକ୍ଷ ଚିନ୍ମୟ ଦାଶ ସୂଚନା ପ୍ରଦାନ କରିଛନ୍ତି।

Leave a Reply

Your email address will not be published. Required fields are marked *