ବାଣପୁର ଶୁଭ ମଙ୍ଗଳ କଲ୍ୟାଣ ମଣ୍ଡପ ପରିସରରେ ଶିକ୍ଷାବିତ, ସାହିତ୍ୟିକ ପାଠାଗାର ଉଦଘାଟିତ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଶୁଭ ମଙ୍ଗଳ କଲ୍ୟାଣ ମଣ୍ଡପ ଶୁଭ ଉଦଘାଟିତ ହେଲା ପାଠାଗାର ! ଏ ପରିସରରେ ବରିଷ୍ଠ ଶିକ୍ଷାବିତ ,ସାହିତ୍ୟିକ, କଳା ସଂସ୍କୃତି, ପରିବେଶବିଦ୍ ତଥା କଲ୍ୟାଣ ମଣ୍ଡପ ର ସତ୍ଵାଧିକାରୀ ଶ୍ରୀ ଗୋଲକ ବିହାରୀ ପରିଡ଼ାଙ୍କ ନିଜସ୍ବ ପ୍ରଚେଷ୍ଟାରେ ପରିଡ଼ା ପାଠାଗାର କୁ ପାରିକୁଦ ଗଡର ରାଜା ସାହେବ୍ ସନ୍ତୋଷ କୁମାର ମାନସିଂହ ମର୍ଦ୍ଦରାଜ ଶ୍ରୀଚନ୍ଦନ ଭ୍ରମରବର ରାୟ ଙ୍କ କର କମଳରେ ଉଦଘାଟିତ ହୋଇଯାଇଛି । ପ୍ରଥମେ ରାଜା ସାହେବ୍ ପହଞ୍ଚିବା ପରେ ଏକ ବିରାଟ ପାଟ ପଟୁଆରରେ ତାଙ୍କୁ ଗ୍ରାମ ଭ୍ରମଣ କରାଯାଇ କଲ୍ୟାଣ ମଣ୍ଡପ ଭିତରକୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ସହିତ ସ୍ୱାଗତ ସମ୍ବର୍ଦ୍ଧନା କରି ପାଛୋଟି ନେଇଥିଲେ। ସେଠାରେ ଶ୍ରୀ ଜଗନ୍ନାଥ ଓ ମା ଭଗବତୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ପ୍ରଦୀପ ପ୍ରଜ୍ବଳନ ପୂର୍ବକ ପରିଡ଼ା ପାଠାଗାର ଉଦଘାଟନ କରିଥିଲେ।ଏହି ଅବସରରେ ବରିଷ୍ଠ ସାମ୍ୱାଦିକ ପଣ୍ଡିତ ନୃସିଂହ ପ୍ରସାଦ ମିଶ୍ର,ନାଟ୍ୟକାର ଭିକାରୀ ଚରଣ ପ୍ରଧାନ,କବି ଦିଗମ୍ବର ବିଶ୍ଵାଳ, ସାହିତ୍ୟିକ ବାଳମୁକୁନ୍ଦ ଦାଶ, ବରିଷ୍ଠ ଶିକ୍ଷାବିଦ୍ କୈଳାଶ ଚନ୍ଦ୍ର ମହାରଣା, କଳା ସଂସ୍କୃତି ବିଶାରଦ ତ୍ରିଲୋଚନ ବାରିକ, ବରିଷ୍ଠ ଆଇନଜୀବୀ ରବୀନ୍ଦ୍ର ମାନସିଂହ,ପଣ୍ଡିତ ଗୋପିନାଥ ମିଶ୍ର ଓ ପରିଡ଼ା ପରିବାର ସହିତ ଅନେକ ସାହିତ୍ୟିକ, କଳା ସଂସ୍କୃତିବିଦ୍, ପରିବେଶବିଦ୍,ସାମ୍ୱାଦିକ, ଶିକ୍ଷାବିଦ୍ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷଙ୍କ ଉପସ୍ଥିତି ପରିବେଶକୁ ବେଶ୍ ମନମୁଗ୍ଧକର କରିଦେଇଥିଲା। ରାଜା ସାହେବ୍ ଙ୍କୁ ଶ୍ରୀ ଗୋଲକ ବିହାରୀ ପରିଡ଼ା ଐତିହାସିକ ବଙ୍କାଡ଼ ଗଡ଼ର ଏକ ତୈଳଚିତ୍ର ଉପହାର ସ୍ୱରୂପ ପ୍ରଦାନ କରିଥିଲେ । ବିଭିନ୍ନ କ୍ଷେତ୍ରରେ ଅନେକ ଖ୍ୟାତି ଅର୍ଜନ କରିଥିବା ବ୍ୟକ୍ତି ବିଶେଷଙ୍କୁ ଉତ୍ତରୀୟ ପ୍ରଦାନ କରି ସମ୍ମାନୀତ କରାଯାଇଥିବା ବେଳେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର ସହ ପୁରସ୍କୃତ କରାଯାଇଥିଲା। ସାହିତ୍ୟ ଓ କବିତାରେ ନିଜକୁ ଶ୍ରେଷ୍ଠତା ପ୍ରତିପାଦନ କରିଥିବା ବ୍ୟକ୍ତିତ୍ବ ମାନଙ୍କର କବିତା ପାଠ ସମସ୍ତଙ୍କ ମନକୁ ମୋହିନେଇଥିଲା। ଅତିଥିମାନଙ୍କର ଉପାଦେୟ ବକ୍ତବ୍ୟ ଓ କଳାକାର ମାନଙ୍କର ମନଛୁଆଁ ନୃତ୍ୟ ହେମନ୍ତର ଶୀତୁଆ ସନ୍ଧ୍ୟାକୁ ବେଶ୍ ମନୋରମ କରି ଦେଇଥିଲା। ଶେଷରେ ସମସ୍ତଙ୍କୁ ପରିଡ଼ା ପରିବାର ତରଫରୁ ରାତ୍ରି ଭୋଜନରେ ଆପ୍ୟାୟିତ କରାଯାଇଥିଲା।।

Leave a Reply

Your email address will not be published. Required fields are marked *