ମା, ଭଗବତୀ ମନ୍ଦିର ଉନ୍ନତି କରଣ ନିମନ୍ତେ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଙ୍କ ଦ୍ଵାରା ଭିତ୍ତି ପ୍ରସ୍ତର ସ୍ଥାପନ !!!

0
176

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ରାଜ୍ୟ ସରକାରଙ୍କ ଦ୍ଵାରା ଖୋର୍ଦ୍ଧା ଜିଲ୍ଲା ବାଣପୁରର ଆରାଧ୍ୟା ଦେବୀ ମା, ଭଗବତୀ ଙ୍କ ମନ୍ଦିର ଉନ୍ନତି ଓ ସୌନ୍ଦର୍ଯ୍ୟ କରଣ ନିମନ୍ତେ ୨୫ କୋଟି ୯୫ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା ବେଳେ ଏହି ରୂପାନ୍ତରୀକରଣ କାର୍ଯ୍ୟକୁ ଓଡିଶା ସେତୁ ନିର୍ମାଣ ନିଗମ ଦ୍ଵାରା କରାଯିବାର ଧାର୍ଯ୍ୟ କରାଯାଇଛି । ଏହାର ଶୁଭାରମ୍ଭ ନିମନ୍ତେ ରାଜ୍ୟସଭା ସାଂସଦ ମାନସ କୁମାର ମଙ୍ଗରାଜ ବାଣପୁରର ମା, ଭଗବତୀ ଙ୍କ ପୀଠରେ ପହଞ୍ଚି ଉକ୍ତ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନା କରିଛନ୍ତି । ଏହି ପ୍ରକଳ୍ପ ଦ୍ଵାରା ମା, ଭଗତୀଙ୍କ ପୀଠର ଉନ୍ନତିକରଣ, ସୌନ୍ଦର୍ଯ୍ୟ କରଣ, ନୂତନ ସିଂହଦ୍ଵାର , ଦୋଳବେଦୀ ନିର୍ମାଣ, ଶ୍ରୀ ଜଗନ୍ନାଥ, ମା ପୋଲକାଶୁଣୀ, ମା ବିରଜା, ମା ଭୈରବୀ, ଶ୍ରୀରାମ ମନ୍ଦିର ସାଙ୍ଗକୁ ତୀର୍ଥଯାତ୍ରୀ ନିବାସ ତଥା ସେବା କେନ୍ଦ୍ର ନିର୍ମାଣ, ଶାଳିଆ ନଦୀ ଘାଟ, ଶୌଚାଳୟ, ପାର୍କିଙ୍ଗ ଓ ପ୍ରମୋଦ କେନ୍ଦ୍ର ନିର୍ମାଣ ଆଦି ପ୍ରକଳ୍ପ ମାନ କରାଯିବ । ମା ଭଗବତୀ ଙ୍କ ପୀଠର ଉନ୍ନତି କରଣ ନିମନ୍ତେ ଚଳିତ ବର୍ଷ ଦୁଇଥର ରାଜ୍ୟ ସରକାର ଙ୍କ ତରଫରୁ ତତ୍କାଳୀନ ଫାଇଭ ଟି ସଚିବ ତଥା ଵର୍ତମାନର ଫାଇଭ ଟି ଅଧକ୍ଷ ଭିକେ ପାଣ୍ଡିଆନ ଆସି ମା, ଭଗବତୀଙ୍କ ମନ୍ଦିର ଅନୁଧ୍ୟାନ କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମ ରେ ଚିଲିକା ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷକ ରାଜା ଚକ୍ର, ପୂର୍ବତନ ମନ୍ତ୍ରୀ ଡ଼କ୍ଟର ଦେବେନ୍ଦ୍ରନାଥ ମାନସିଂହ , ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ର ଅଧକ୍ଷ ମିଟୁ ନାୟକ, ଜିଲ୍ଲାପରିଷଦ ଉପାଧକ୍ଷ ଗୋପୀନାଥ ମହାରଣା, ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ କୁମାର ଜଗତ ବଲ୍ଲବ ମହାରଥା, ମନୋଜ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।।

LEAVE A REPLY

Please enter your comment!
Please enter your name here