ବଡମ୍ବା ବ୍ଲକ ପରିସରରେ ଭୀମଭୋଇ ଭିନ୍ନକ୍ଷମ ତାଲିମ ଶିବିର !!!

Spread the love

ବଡମ୍ବା ( ଆୱାଜ ମିଡ଼ିଆ ) – ପ୍ରତାପ ନାୟକ : କଟକ ଜିଲ୍ଲା ବଡମ୍ବା ବ୍ଲକ ପରିସର ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ମୁଖ୍ୟ ଅତିଥି ରୂପେ ବଡ଼ମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ।ବଡମ୍ବା ବ୍ଲକରେ ଥିବା ୩୮ଟି ପଞ୍ଚାୟତ ରୁ ସମୁଦାୟ ୯୮୧ ଜଣଙ୍କ ନାମ ପଞ୍ଜିକରଣ ହୋଇଥିବାବେଳେ ଅସ୍ତି୍ସଲ୍ୟ ବିଭାଗ ରେ 445 ଜଣ, ମନସ୍ଥତ୍ୱ ବିଭାଗ ରେ 182 ଜଣ, ପୂର୍ବ କୃତକାର୍ଯ୍ୟ ରେ 154 ଜଣ, ଇନକମ ସାର୍ଟିଫିକେଟ ପାଇବା ପାଇଁ ଜଣେ , ଟ୍ରାଇ ସାଇକେଲ ପାଇଁ ଜଣେ , ହୁଇଲ ଚେୟାର ପାଇଁ 2 ଜଣ, ବସ ପାସ ପାଇଁ 34 ଜଣ ଏବଂ ଲୋନ ପାଇବା ପାଇଁ 2ଜଣ ଙ୍କୁ ସ୍ୱୀକୃତି ମିଳିଥିବା ଜଣାପଡିଛି। ଭିନ୍ନକ୍ଷମ ବ୍ୟକ୍ତି ମାନେ ଆବେଦନ କରି ଡାକ୍ତର ର ଙ୍କର ପରାମର୍ଶ ନେଇଥିଲେ। କଟକ ଏସସିବି ମେଡିକାଲ ର ୧୩ ଜଣ ବରିଷ୍ଠ ଡାକ୍ତରଙ୍କ ଦ୍ଵାରା ସମସ୍ତ ପରୀକ୍ଷା କରାଯାଇ ଅନଲାଇନ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା। ଯେଉଁମାନେ ହାତଲେଖା ସାର୍ଟିଫିକେଟ ପାଇଥିଲେ ସେମାନେ ଆବେଦନ କରି କମ୍ପ୍ୟୁଟର ସାର୍ଟିଫିକେଟ ନେଇପାରିବେ ବୋଲି ବଡ଼ମ୍ବା ବିଡ଼ିଓ ରମେଶ ଜେନା ସୁଚନା ଦେଇଥିଲେ।ଏହି କାର୍ଯ୍ୟକ୍ରମ ରେ ବ୍ଲକ ଅଧ୍ୟକ୍ଷ ରଘୁପତି ମହାନ୍ତି, ଉପାଧ୍ୟକ୍ଷା ସ୍ବର୍ଣ୍ଣଲତା ବେହେରା , ୩୦ ନମ୍ବର ଜିଲ୍ଲା ପରିଷଦ ରବୀନ୍ଦ୍ର କୁମାର ସାହୁ, ସାଂସଦଙ୍କ ପ୍ରତିନିଧି ସଦାନନ୍ଦ ସ୍ୱାଇଁ ଙ୍କ ସମେତ ମାଣିଆବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ବିଶ୍ଵନାଥ ଆଡେକ ଉପସ୍ଥିତ ଥିଲେ।ବିଭିନ୍ନ ପଞ୍ଚାୟତର ଜନ ପ୍ରତିନିଧି ପ୍ରମୁଖ ସଭା କାର୍ଯ୍ୟ ରେ ଯୋଗଦାନ କରିଥିଲେ ।

Leave a Reply

Your email address will not be published. Required fields are marked *