ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଲୁଗାଁ ପ୍ରଜାପିତା ବ୍ରହ୍ମା କୁମାରୀ ଇଶ୍ଵରୀୟ ବିଶ୍ଵ ବିଦ୍ୟାଳୟ ଶିବଜ୍ୟୋତି ଧାମ ପରିସରରେ ଗୁରୁବାର ପୂଜ୍ୟ ପିତାଶ୍ରୀ ପ୍ରଜାପିତା ବ୍ରହ୍ମାବାବା ଙ୍କ ୫୫ ତମ ପୁଣ୍ୟ ସୃତି ଦିବସ ପାଳନ କରାଯାଇଛି । ଏହି ଅବସରରେ ଏକ ସୃତି ସଭା ଅନୁଷ୍ଠିତ ହୋଇଥିଲା । ବାଲୁଗାଁ ପ୍ରଜାପିତା ବ୍ରହ୍ମା କୁମାରୀ ଇଶ୍ଵରୀୟ ବିଶ୍ଵ ବିଦ୍ୟାଳୟ ର ସଂଚାଳିକା ବି.କେ ସରିତା ଭଉଣୀ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭା କାର୍ଯ୍ୟରେ ମୁଖ୍ୟ ଅତିଥି ଭାବରେ ବରିଷ୍ଟ ସାମ୍ବାଦିକ ତଥା ଚିଲିକା ପ୍ରେସ କ୍ଲବ ସମ୍ପାଦକ ଅନନ୍ତ ଚରଣ ବାରିକି ଓ ଯୁବ ସାମ୍ବାଦିକ ତଥା ସମାଜସେବୀ ରାକେଶ ସାହୁ ଯୋଗଦେଇ ବିଭିନ୍ନ ପ୍ରକାର ଆଧ୍ୟାତ୍ମିକ ଚେତନା ଉପରେ ଆଲୋପାତ କରିବା ସହ ବକ୍ତବ୍ୟ ରଖିଥିଲେ । ସୁରେନ୍ଦ୍ର ଭାଇ ମଞ୍ଚ ପରିଚାଳନା କରିଥିବା ବେଳେ ସଭା ପରିଶେଷରେ ଆଇନଯିବୀ ବୈଇକୁଣ୍ଠ ନାଥ ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ । ଦୀର୍ଘ ସମୟ ଧରି ଉକ୍ତ ସଭା କାର୍ଯ୍ୟ ଚାଲିଥିବା ବେଳେ ଆଶ୍ରମ ର ସମସ୍ତ ଭାଇ ଭଉଣୀ ଉପସ୍ଥିତ ଥିଲେ ।।
ବାଲୁଗାଁ ଶିବଜ୍ୟୋତି ଧାମ ପରିସରରେ ପୂଜ୍ୟ ପିତାଶ୍ରୀ ପ୍ରଜାପିତା ବ୍ରହ୍ମାବାବା ଙ୍କ ୫୫ ତମ ପୁଣ୍ୟ ସୃତି ଦିବସ ପାଳନ !!!

