କାଠ ବୋଝେଇ ଟ୍ରାକ୍ଟର ଓଲଟି ବନବିଭାଗ କର୍ମଚାରୀଙ୍କ ମୃତ୍ୟୁ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ବିଭାଗର ଅନ୍ୟ କର୍ମଚାରୀଙ୍କ ସାଙ୍ଗେ ଯାଇଥିଲେ ଚୋରା କାଠ ଜବତ କରିବାକୁ , ହେଲେ ଅଲକ୍ଷରେ ଲୁଚି ବସିଥିଲା କାଳ . ଜବତ କାଠ କୁ ଟ୍ରାକ୍ଟର ରେ ବୋହି ଆଣିବା ସମୟରେ ଘଟିଲା ଅଘଟଣ , ପ୍ରାଣ ହରାଇଲେ ବନ ବିଭାଗର କର୍ମଚାରୀ . ସୁକିନ୍ଦା ବନବିଭାଗର କର୍ମଚାରୀ ମାନେ ପାଟପୁର ଜଙ୍ଗଲରୁ ଚୋରା କାଠକୁ ଜବତ କରି ସୁକିନ୍ଦା ବନ ବିଭାଗ କାର୍ଯ୍ୟାଳୟକୁ ନେଇ ଯାଉଥିବା ବେଳେ ରାସ୍ତାରେ ଟ୍ରାକ୍ଟରଟି ଓଲଟି ଯାଇଥିଲା ଯାହାଫଳରେ ଟ୍ରାକ୍ଟର ଚଳାଉ ଥିବା ବନବିଭାଗ କର୍ମଚାରୀ ଶମ୍ଭୁନାଥ ମହାନ୍ତ ଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି !

ଏଠି ପ୍ରଶ୍ନ ଉଠୁଛି ଯେ , ଟ୍ରାକ୍ଟର ଚଲେଇବା ପାଇଁ କୌଣସି ଡ୍ରାଇଭରକୁ କଣ ପାଇଁ ସାଙ୍ଗରେ ନେଇ ନଥିଲେ ସୁକିନ୍ଦା ରେଞ୍ଜର କିମ୍ବା ଫରେଷ୍ଟର , ଜଣେ ବନବିଭାଗ ସ୍କ୍ୱାର୍ଡ କେଉଁ ପରିସ୍ଥିତିରେ ଟ୍ରାକ୍ଟର ଚଲେଇବାକୁ ଅନୁମତି ଦିଆଯାଇଥିଲା ତାହା ଏବେ ବିରାଟ ପ୍ରଶ୍ନ ସୃଷ୍ଟି କରିଛି ? ଆଉ ଏକ ବଡ ଘଟଣା ସାମ୍ନା କୁ ଆସିଛି ଯେଉଁ ଟ୍ରାକ୍ଟରଟି ଦୁର୍ଘଟଣା ଗ୍ରସ୍ତ ଉକ୍ତ ଟ୍ରାକ୍ଟରଟି ର ନଂ (od 05 u 8311) ଏହି ଟ୍ରାକ୍ଟରଟି ସୁକିନ୍ଦା ବନବିଭାଗ ମାଲିକାନା ରେ ଥିବା ବେଳେ ଉକ୍ତ ଟ୍ରାକ୍ଟରର ଇନ୍ସୁରାନ୍ସ ଗତ ବର୍ଷ ଅଗଷ୍ଟ ମାସରୁ ସରି ଯାଇଛି . ବିନା ଇନ୍ସୁରାନ୍ସରେ ରାସ୍ତା ଉପରେ ଟ୍ରାକ୍ଟର ଚାଲିବାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଜନ ଅସନ୍ତୋଷ ଦେଖା ଦେଇଥିବା ବେଳେ ସୁକିନ୍ଦା ବନବିଭାଗ କର୍ମଚାରୀଙ୍କ ଦାୟିତ୍ୱହୀନତା ସାମ୍ନାକୁ ଆସିଛି , ଏନେଇ ବନବିଭାଗ କର୍ମଚାରୀଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲେ ମଧ୍ୟ ସୁକିନ୍ଦା ବନ ବିଭାଗର କୌଣସିବି କର୍ମଚାରୀ କ୍ୟାମେରା ସାମ୍ନାରେ ମୁହଁ ଖୋଲିବାକୁ ନାରାଜ ।

Leave a Reply

Your email address will not be published. Required fields are marked *