କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : କଟକରେ ଡାକ୍ତରଙ୍କ ଘରେ ଚାଲୁଥିଲା ବେଆଇନ୍ ଲିଙ୍ଗ ନିରୂପଣ ! ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଡାକ୍ତର ପୁଣ୍ୟଶ୍ଲୋକ ଦାସ ଅଭ୍ୟାସଗତ ଆଇନ ଭଙ୍ଗାକାରୀ ! ଏହି ସମାନ ଅଭିଯୋଗରେ ଆଗରୁ ଦୁଇ ଥର ଗିରଫ ହୋଇ ଚାକିରି ରୁ ନିଲମ୍ବିତ ହୋଇ ପୁଣି ଚାକିରି ରେ ଜଏନ କରିଥିଲେ ! ହେଲେ ତା ପରେ ଏଭଳି ଅପରାଧ କରିବା , ପୁଣି ଡାକ୍ତର ହୋଇ ନିଜ ଘରେ ଏଭଳି କରିବା ଚିନ୍ତାଜନକ ଅଟେ ! ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍ , କଟକ ଉପ ଜିଲ୍ଲାପାଳଙ୍କ ନେତୃତ୍ୱରେ ଆସି ରେଡ୍ କରି ଲିଙ୍ଗ ନିରୂପଣ ମେସିନ୍ , ଜେଲି , ଔଷଧ କିଛି ଟଙ୍କା ଜବତ କରିବା ସହ ତିନି ଜଣ ଦଲାଲ୍ ଙ୍କୁ ଅଟକ ରଖିଛନ୍ତି ! ଯେଉଁମାନେ ବିଭିନ୍ନ ଅଞ୍ଚଳରୁ ଗର୍ଭବତୀ ମହିଳାଙ୍କୁ ଏଠାକୁ ଲିଙ୍ଗ ନିରୂପଣ ପାଇଁ ଆଣୁଥିଲେ ! ତେବେ ସମ୍ପୃକ୍ତ ଡାକ୍ତରଙ୍କ ବିରୋଧରେ ବିଭାଗର କଣ ପଦକ୍ଷେପ ହେଉଛି ତାହା ଦେଖିବାକୁ ଅପେକ୍ଷା !
କଟକରେ ଡାକ୍ତରଙ୍କ ଘରେ ଚାଲୁଥିଲା ବେଆଇନ୍ ଲିଙ୍ଗ ନିରୂପଣ !!!

