କଟକ ( ଆୱାଜ ମିଡ଼ିଆ ) – ପ୍ରଦୀପ ରାଜ : ଟାଙ୍ଗୀ ଟେଟ୍ରାହେଡ୍ରନ୍ କଲେଜ କ୍ୟାମ୍ପସ ରେ ରକ୍ତଦାନ ଶିବିର ଆୟୋଜିତ ! ଟେଟ୍ରାହେଡ୍ରନ୍ ଏଜୁକେସନାଲ୍ ଟ୍ରଷ୍ଟ ଏବଂ ଟେଟ୍ରାହେଡ୍ରନ୍ କ୍ଲବ୍ ଆଣ୍ଡ୍ ଇନଷ୍ଟିଚ୍ୟୁସନ୍ର ଅଧ୍ୟକ୍ଷ ଏବଂ ବ୍ଲଡ କଲେକ୍ସନ କଟକ ଜିଲ୍ଲାର ଆବାହକ ଶ୍ରୀମତୀ ସସ୍ମିତା ପଟନାୟକ ଙ୍କ ଅଧ୍ୟକ୍ଷତାରେ ଏକ ବିଶାଳ ରକ୍ତଦାନ ଶିବିର ସଫଳତାର ସହ ସମ୍ପନ୍ନ ହୋଇଯାଇଛି । ବିଭିନ୍ନ ଜିଲ୍ଲାରୁ କଟକ ବଡ ମେଡିକାଲ କୁ ଆସୁଥିବା ରୋଗୀ ମାନେ ରକ୍ତ ପାଇଁ ନାହିଁ ନଥିବା ଅସୁବିଧା ର ସମୁଖିନ ହେଉଥିବାର ଦେଖା ଯାଇଥାଏ l ଗ୍ରୀଷ୍ମ ପ୍ରବାହ ସମୟରେ ରକ୍ତର ଅଭାବ ଦେଖା ଯାଉଥିବା ବେଳେ , ଲୋକଙ୍କୁ ବୁଝାଇ “ରକ୍ତଦାନ ମହତ ଦାନ – ଆସନ୍ତୁ ରକ୍ତଦାନ କରି ଜୀବନ ବଞ୍ଚାଇବା” ଏହି ମହତ ସଂକଳ୍ପକୁ ନେଇ ଏହି ଶିବିର ଆୟୋଜିତ ହୋଇଥିଲା ! ଶିବିରରେ କଲେଜର ଅନେକ ଛାତ୍ର ଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଏବଂ ସ୍ଥାନୀୟ ଅଞ୍ଚଳର ବ୍ୟକ୍ତିମାନେ ଉପସ୍ଥିତ ରହି ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ । ଅତିଥି ଭାବେ ବିଜେପିର ଟାଙ୍ଗୀ ଚୌଦ୍ୱାର ର ଦାୟିତ୍ୱ ରେ ଥିବା ପ୍ରଭାରୀ ଯୋଗ ଦେଇଥିବା ସମୟରେ ଅନ୍ୟ ଅତିଥି ମାନେ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିବା ସହ ସମାଜରେ ରକ୍ତର ଆବଶ୍ୟକତା ଏବଂ ଏହାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ଟ୍ରଷ୍ଟର ସମସ୍ତ ସଦସ୍ୟ ଏବଂ କଲେଜ କର୍ତ୍ତୃପକ୍ଷ ପ୍ରମୁଖ ସହଯୋଗ କରିଥିଲେ ।
ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ : ରକ୍ତଦାନ ମହତ ଦାନର ବାର୍ତ୍ତା !!!

