JEE MAINS ପ୍ରଥମ ପର୍ଯ୍ୟାୟରେ ସେଞ୍ଚୁରିୟାନ ପବ୍ଲିକ ସ୍କୁଲର ସଫଳତା !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସେଞ୍ଚୁରିୟାନ ପବ୍ଲିକ ସ୍କୁଲର ସଫଳତା ଫର୍ଦ୍ଦରେ ଆଉ ଏକ ବିରାଟ ସଫଳତାର ଫର୍ଦ୍ଦ ଯୋଡି ହୋଇ ଯାଇଛି।ଗତ ଜାନୁଆରୀ ମାସରେ ଆୟୋଜିତ ହୋଇଥିବା JEE MAINS ପ୍ରଥମ ପର୍ଯ୍ୟାୟରେ ପରୀକ୍ଷା ଫଳ ପ୍ରକାଶିତ ହୋଇଛି।ଏଥିରେ ସ୍କୁଲର ଦ୍ୱାଦଶ ଶ୍ରେଣୀର ଛାତ୍ର ସାଇ ଶ୍ରୀନିବାସ ପଣ୍ଡା 96.4 ସ୍କୋର (percentile ) ହାସଲ କରିଥିବା ବେଳେ ତନିସା ପାତ୍ର 92.5, ରାହୁଲ ଗୌଡ଼ 92. 2, ସମାନ୍ତର ମୈତ୍ରୀ 87. 5 ଜାହ୍ନବୀ 85.4 ଓ ପ୍ରବୀର ଲିମା 85.2,ଶିବ ବିଶ୍ୱାଳ 81. 5, କେ. ରାଜେନ୍ଦ୍ର 78.9 ସ୍କୋର (percentile) ହାସଲ କରିଛନ୍ତି। ଯାହାକି ସ୍କୁଲ ପାଇଁ ଗର୍ବ ଓ ଗୌରବର ମୁହୂର୍ତ୍ତ ଅଟେ।ଛାତ୍ରଛାତ୍ରୀଙ୍କ ସଫଳତାରେ ସ୍କୁଲରେ ଖୁସିର ଲହରୀ ଖେଳିଯାଇଛି। ଅକ୍ଲାନ୍ତ ପରିଶ୍ରମ କରି ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ସେଞ୍ଚୁରିୟାନ ପବ୍ଲିକ ସ୍କୁଲର ଉପାଧ୍ୟକ୍ଷ ପ୍ରଫେସର ଡି.ଏନ ରାଓ ଅଧ୍ୟକ୍ଷା ଶ୍ରୀମତୀ ସୁନିତା ପାଣିଗ୍ରାହୀ, ଆଞ୍ଚଳିକ ନିର୍ଦ୍ଦେଶକ ଶ୍ରୀ ସମ୍ବିତ ପାତ୍ର, ପ୍ରଶାସନ ଅଧିକାରୀ ପ୍ରଦୀପ କୁମାର ପଣ୍ଡା ଓ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ମାନେ ସଫଳତା ପ୍ରାପ୍ତ ଛାତ୍ରଛାତ୍ରୀମାନଙ୍କୁ ଅଭିବାଦନ ଜଣାଇବା ସହ ସେମାନଙ୍କର ଉଜ୍ଜ୍ବଳ ଭବିଷ୍ୟତ ନିମନ୍ତେ କାମନା କଲେ।

Leave a Reply

Your email address will not be published. Required fields are marked *