ଡାହା ମିଛ କହି ଭୁଆଁ ବୁଲାଉଛନ୍ତି ମେୟର ସୁବାସ ସିଂହ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : ମିଛ ତ ମିଛ , ସେ ପୁଣି ଡାହା ମିଛ ! ଗଣମାଧ୍ୟମ ସାମ୍ନାରେ ଡାହା ମିଛ କହି ଲୋକଙ୍କୁ ଭୁଆଁ ବୁଲାଉଛନ୍ତି କଟକ ମେୟର ସୁବାସ ସିଂହ ! ଦୁଇବର୍ଷ ଭିତରେ ବିକାଶ ପାଇଁ ୨୭୦୦ କୋଟି ଟଙ୍କା ଖର୍ଚ୍ଚ କରିଛି କଟକ ମହାନଗର ନିଗମ, ହେଲେ ସହରର ବାସ୍ତବ ଚିତ୍ର ସମ୍ପୂର୍ଣ ଓଲଟା ! ଥରେ ଭଲ କରି ଶୁଣନ୍ତୁ କାଉନସିଲ ଗଠନର ଦୁଇବର୍ଷ ପୂର୍ତ୍ତି ଅବସରରେ ଗଣମାଧ୍ୟମକୁ ନିଜ ପ୍ରତିକ୍ରିୟାରେ କଣ କହିଛନ୍ତି ସୁବାସ ସିଂହ ! ଦୁଇବର୍ଷର କାର୍ଯ୍ୟକାଳ ଭିତରେ କଟକରେ ଇତିହାସ ରଚନା ହୋଇଛି , ହେଲେ ବାସ୍ତବତା କହୁଛି ଭୂଗୋଳ ବିଗିଡି ଯାଇଛି । ରାସ୍ତାଘାଟ ଠାରୁ ଆରମ୍ଭ କରି ପରିମଳ ସବୁକିଛି ବିପର୍ଯ୍ୟସ୍ତ । ମୁକୁଳା ନାଳରେ ଗୋଟିଏ ପରେ ଗୋଟିଏ ଅମୂଲ୍ୟ ମଣିଷ ଜୀବନ ଯାଉଛି । ପାନୀୟ ଜଳ ଏବେ ବି ଲୋକଙ୍କୁ ମିଳୁନି। ଆଗକୁ ସାଧାରଣ ନିର୍ବାଚନ, ଲୋକ ଏଥର ଠିକ ବୁଝିଲେଣି ଦୁର୍ନୀତି ର ଗନ୍ତାଘର କଟକ ମହାନଗର ନିଗମ । ମେୟରଙ୍କ ଇତିହାସ ରଚନା କଥା ମିଛ ନୁହେଁ , କାରଣ ଦୁର୍ନୀତି, ଅନୀୟମିତତାରେ ସିଏମସି ଇତିହାସ ସୃଷ୍ଟି କରିଛି ! ଆଉ ବିକାଶ ନାମରେ ହୋଇଥିବା ଦୁର୍ନୀତିର ଏହି ଇତିହାସକୁ ପଦାରେ ପକାଉଛି ସୂଚନା ଅଧିକାର ଆଇନ ତଥ୍ୟ ! ବିକାଶ ନାମରେ ଅର୍ବାନ ହାଟ ଏକ ବଡ଼ ଉଦାହରଣ, ଥଇଥାନ ନାମରେ ଲୋକଙ୍କ ହୃଦୟ ସହ ଖେଳ , ସେତେବେଳେ କୋଉଠି ରହୁଛନ୍ତି ମେୟର ! ଗୋଟିଏ ପଟେ ବିକାଶ ନାମରେ କୋଟି କୋଟି ଟଙ୍କା ବ୍ୟୟ, ହେଲେ ଲୋକଙ୍କ ମୁହଁରେ ଓଲଟା କଥା- ମେୟର ମିଛ କହୁଛନ୍ତି। ତେବେ ମେୟରଙ୍କର ଏହି ଇତିହାସ ରଚନା କିଭଳି ରଙ୍ଗ ଆଣୁଚି ତା ଉପରେ ଆମେ ରଖିବୁ ସମ୍ପୂର୍ଣ୍ଣ ନଜର।

Leave a Reply

Your email address will not be published. Required fields are marked *