ଅନୁଗୁଳ ( ଆୱାଜ ମିଡ଼ିଆ ) – ଅଶ୍ୱିନୀ କୁମାର ଦେବତା : ଜମିହରା ପ୍ରଜା ମାନଙ୍କ ପାଇଁ ବ୍ୟବସ୍ଥା ନକରି NTPC କରୁଛି ମନମୁଖୀ ଶାସନ । କମ୍ପାନୀର ମେରୀରାୟ ନୀତିକୁ ବିରୋଧ କରି ତଥା ଜମିହରା ପ୍ରଜାଙ୍କୁ ନ୍ୟାୟ ଦାବୀରେ ନାରୀନେତ୍ରୀ ଶାନ୍ତିଲତା ବେହେରା NTPC ର ରେଲୱେ ଲାଇନ କୁ ଅବରୋଧ କରିଥିବା ଦେଖିବାକୁ ମିଳିଛି । ତାଙ୍କ କହିବା ଅନୁସାରେ ୨୦୦୪ ମସିହା ଠାରୁ ୨୦୨୧ ମସିହା ପର୍ଯ୍ୟନ୍ତ NTPC କମ୍ପାନୀ ର କର୍ତ୍ତୃପକ୍ଷ ଙ୍କ ଠାରୁ ଆରମ୍ଭ କରି ଭୂ-ଅର୍ଜନ ଅଧିକାରୀ ମାନଙ୍କ ପର୍ଯ୍ୟନ୍ତ ସମସ୍ତେ ଏଠି ଜମିହରା ପ୍ରଜା ମାନଙ୍କୁ ଶୋଷଣ କରି ଚାଲିଛନ୍ତି ।
ଲୋକ ମାନଙ୍କ ପ୍ରତି ଏପରି ବେଖାତିର ଭାବ ନରଖି ସାଧାରଣ ଲୋକଙ୍କର ସମସ୍ତ ମୌଳିକ ଅଧିକାର ପ୍ରଦାନ କରନ୍ତୁ ଏନଟିପିସି କର୍ତ୍ତୃପକ୍ଷ । କମ୍ପାନୀ ଦ୍ୱାରା ଅଧିଗୃହୀତ ହୋଇଥିବା ସମସ୍ତ ଅଞ୍ଚଳକୁ ଉତ୍ତମ ରାସ୍ତା, ସୋଲାର ଲାଇଟ୍, ମହିଳା ମାନଙ୍କୁ ସିଲେଇ ଟ୍ରେନିଂ, ପିଲା ମାନଙ୍କ ଶିକ୍ଷା ପାଇଁ ଆବଶ୍ୟକୀୟ ଉପକରଣ ପ୍ରଦାନ କରାଯିବାକୁ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରିବା ସହ ଯଦି ଏ ଦିଗରେ NTPC କର୍ତୃପକ୍ଷ ଧ୍ୟାନ ନ ଦିଅନ୍ତି ତେବେ ଆଗାମୀ ଦିନରେ ଏନଟିପିସି ର ସମସ୍ତ ଦ୍ୱାରସ୍ଥ ଗେଟ କୁ ନିର୍ଧାରିତ ସମୟ ପର୍ଯ୍ୟନ୍ତ ବନ୍ଦ କରି ଦିଆଯିବାକୁ ଚେତାବନୀ ଦେଇଛନ୍ତି ।