ବାଣପୁର ଗୋଦାବରୀଶ ମହାବିଦ୍ୟାଳୟ ର ୧୭ ଜଣ ରୋଭର, ରେଞ୍ଜର ଙ୍କୁ ରାଜ୍ୟସ୍ତରୀୟ ପୁରସ୍କାର !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଣପୁର ଗୋଦାବରୀଶ ମହାବିଦ୍ୟାଳୟ ର ୧୭ ଜଣ ରୋଭର, ରେଞ୍ଜର ସ୍ଵେଚ୍ଛାସେବୀ ରାଜ୍ୟସ୍ତରୀୟ ପୁରସ୍କାର ମହାମହିମ ରାଜ୍ୟପାଳ ଶ୍ରୀଯୁକ୍ତ ରଘୁବର ଦାସ ଙ୍କ ଠାରୁ ପାଇଛନ୍ତି । ଗତ ମଙ୍ଗଳବାର ଭୁବନେଶ୍ବର ସ୍ଥିତ ରାଜଭବନ ପରିସରରେ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବରେ ଗୋଦାବରୀଶ ମହାବିଦ୍ୟାଳୟ ର ରେଞ୍ଜର ଚିନ୍ମୟୀ ମିଶ୍ର, ମୋନାଲିସା ବେହେରା, ସରିତା ପାଇକରାୟ, ଶିଲା ପ୍ରଧାନ, ପୁଷ୍ପାଞ୍ଜଳି ପ୍ରଧାନ, ସସ୍ମିତାରାଣୀ ବେହେରା, ସୋନୀ ମୁଦୁଲି, ପ୍ରିୟଙ୍କା ସୁବୁଦ୍ଧି, ସୁଶ୍ରୀ ସଙ୍ଗୀତା ପ୍ରଧାନ, ପୂଜା ମୁଦୁଲି, ଆଲିସା ପରିମାଣିକ ଓ ରୋଭର ତୁଷାରକାନ୍ତ ମଲ୍ଲିକ, ଓମ୍ ପ୍ରକାଶ ମହଲା, ରାଜେନ୍ଦ୍ର ସାହୁ, ଜିତେନ୍ଦ୍ର ଜେନା, ଆକାଶ ପାତ୍ର, ସୌମ୍ୟ ରଞ୍ଜନ ସାହୁ ପୁରସ୍କୃତ ହୋଇ ପ୍ରମାଣ ପତ୍ର ପାଇଛନ୍ତି। ଉକ୍ତ ସଫଳତା ଅଧ୍ୟକ୍ଷ ଶ୍ରୀଯୁକ୍ତ ବିନାୟକ ହୋତା, ରୋଭର ଲିଡର ଆଦିତ୍ୟ ସାରଥୀ ବେଦମତ୍ତା ଏବଂ ରେଞ୍ଜର ଲିଡର ସୁଶ୍ରୀ ଉତ୍କଳିକା ପାଢ଼ୀ ଙ୍କ ଦିଗ୍ ଦର୍ଶନ ଯୋଗୁଁ ସମ୍ଭବପର ହୋଇପାରିଛି ।।

Leave a Reply

Your email address will not be published. Required fields are marked *