ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଲୁଗାଁ ମହାବିଦ୍ୟାଳୟ ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସ ପ୍ରାଧ୍ୟାପିକା ଡକ୍ଟର କଳ୍ପନା ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ଜୁନ ୨୧ ପୂର୍ବାହ୍ଣ ସାତ ଘଟିକା ସମୟରେ ଅଧ୍ୟକ୍ଷା ଡକ୍ଟର ଦାଶ ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠାନିକ ଭାବେ ଉଦଘାଟନ କରିବା ପରେ ପତଞ୍ଜଳି ଯୋଗ ପ୍ରଶିକ୍ଷକ ଅଧ୍ୟାପକ ବିଦ୍ୟାଧର ଜୁଝାରସିଂହ, ସୁବ୍ରତ କୁମାର ମାନ୍ଧାତା, ବିରଞ୍ଚି ନାରାୟଣ ବାରିକ ପ୍ରମୁଖ ଦୁଇଶହରୁ ଉର୍ଦ୍ଧ ଛାତ୍ର ଛାତ୍ରୀଙ୍କୁ ଯୋଗ ପ୍ରଶିକ୍ଷଣ ପ୍ରଦାନ କରିବା ସହ ଯୋଗ ଓ ଆସନର ଉଦ୍ଦେଶ୍ୟ ତଥା ପ୍ରାସଙ୍ଗିକତା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ l ପ୍ରାୟ ଏକ ଘଣ୍ଟା ଧରି ଶିକ୍ଷାର୍ଥୀ ମାନେ ଯୋଗାଭ୍ୟାସ କରିଥିଲେ l ଏହି ଅବସରରେ ଯୁକ୍ତ ଦୁଇ ଅଧ୍ୟକ୍ଷା ପ୍ରାଧ୍ୟାପିକା ଡକ୍ଟର ଜୟନ୍ତୀ ସାମଲ ଚଳିତ ବର୍ଷର ବିଷୟ “ବ୍ୟକ୍ତି ଓ ସମାଜ ପାଇଁ ଯୋଗ” ଶୀର୍ଷକ ବକ୍ତବ୍ୟ ପ୍ରଦାନ କରିଥିଲେ l ଯୋଗ ଦିବସ ଶୀର୍ଷକ କୁ ନେଇ ଆୟୋଜିତ ପୋଷ୍ଟର ଓ ସ୍ଲୋଗାନ ପ୍ରତିଯୋଗିତା ର କୃତୀ ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିବା ପରେ ଅଧ୍ୟକ୍ଷା ଯୋଗ ପ୍ରଶିକ୍ଷକ ମାନଙ୍କୁ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ l ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଜାତୀୟ ସେବା ଯୋଜନା ଅଧିକାରୀ ଡକ୍ଟର ଲଷ୍ମୀଧର ସୁବୁଦ୍ଧି l କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ଜାତୀୟ ସେବା ଯୋଜନା ଅଧିକାରୀ ଅଧ୍ୟାପିକା ରୀନା ରାଉତ, ଏନସିସି ଭାରପ୍ରାପ୍ତ ଅଧ୍ୟାପକ ଚନ୍ଦନ ନାୟକ ଓ ରେଡ଼କ୍ରସ ଅଧିକାରୀ ମନସ୍ବିନୀ ପଟ୍ଟନାୟକ l ଏଥିରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ଯୋଗ ଦେଇଥିଲେ l
ବାଲୁଗାଁ ମହାବିଦ୍ୟାଳୟରେ ଅନ୍ତର୍ଜାତୀୟ ଯୋଗ ଦିବସ !!!

