ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜଗନ୍ନାଥ ମନ୍ଦିର ଠାରେ ପବିତ୍ର ରଥଯାତ୍ରା ଉପଲକ୍ଷେ ଆଜି ପ୍ରାତଃ ୩:୧୫ ରେ ନେତ୍ର ଉତ୍ସବ ନବଯୌବନ ବେଶ ଦର୍ଶନ ଓ ଉଭା ଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହା ପରେ ରଥ ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ! ଏହି ସମୟରେ ପାରଳାଖେମୁଣ୍ଡି ଉପଜିଲ୍ଲାପାଳ ଅନୁପ ପଣ୍ଡା ଉପସ୍ଥିତ ରହି ରଥ ପ୍ରତିଷ୍ଠା କରିଥଲେ । ବର୍ତମାନ ରଥଖଳା ଚଳଚଞ୍ଚଳ ହୋଇପଡିଛି , ଚାରି ପାଖରେ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି ।
ପାରଳାଖେମୁଣ୍ଡି ବଡ଼ଦାଣ୍ଡ ପବିତ୍ର ରଥଯାତ୍ରା ଉପଲକ୍ଷେ ଚଳ ଚଞ୍ଚଳ ରଥଖଳା – ରଥ ପଥ ପ୍ରସ୍ତୁତ !!!

