କଲେଜ ବରଣ୍ଡାରେ ପିଉଥିଲେ ମଦ : ଉଠାଇନେଲା ପୁଲିସ !!!

Spread the love

କଳାପଥର ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : ମହାଙ୍ଗା ପଡିଲା ମହାବିଦ୍ୟାଳୟ ପରିସରରେ ମଦ୍ୟପାନ ! କଲେଜ ଭିତରେ ପଶି ଉଠାଇନେଲା ପୁଲିସ ! ବୈଦେଶ୍ଵର ଥାନା କଳାପଥର ଅଞ୍ଚଳରୁ ସାମନାକୁ ଆସିଛି ଆଚମ୍ବିତ କଲା ପରି ଘଟଣା ! ମହାବିଦ୍ୟାଳୟ ପରିସରରେ ମଦ୍ୟପାନ କରୁଥିବା ବେଳେ ତିନି ଛାତ୍ର ଙ୍କୁ ବାନ୍ଧିଲା ପୁଲିସ ! ଗୋଟିଏ ପଟେ ଚାଲିଥିଲା କଲେଜ ର ଶୃଙ୍ଖଳା ପରିଚାଳନା କମିଟି ବୈଠକ , ହେଲେ ଅନ୍ୟପଟେ କଲେଜ ବାରଣ୍ଡାରେ ବସି ମଦ ପିଉଥିଲେ କିଛି ଛାତ୍ର ! ଘଟଣା ସମ୍ପର୍କରେ ସୂଚନା ପାଇଁ ଛୁଟି ଆସିଥିଲା ବୈଦେଶ୍ଵର ପୁଲିସ ! ଥାନାଧିକାରୀ ନିଜେ ପହଞ୍ଚି ମଦ ପିଉଥିବା ଛାତ୍ର ମାନଙ୍କୁ ବୈଦେଶ୍ଵର ଥାନାକୁ ନେଇଥିବା ସୂଚନା ମିଳିଛି ! ଚାରି ଜଣ ଛାତ୍ର କଲେଜ ବରଣ୍ଡାରେ ବସି ମଦ ପିଉଥିବା ସମୟରେ ପୁଲିସ ପହଞ୍ଚି ଯିବାରୁ ଜଣେ ଛାତ୍ର ଖସି ଚାଲି ଯାଇଥିଲା ! ତେବେ କଲେଜର ଢିଲା ଅନୁଶାସନ ଏବଂ ପରିଚାଳନା କମିଟିର ଅପାରଗତା କାରଣରୁ ଏପରି ଅଭାବନୀୟ ଘଟଣା ଘଟୁଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି !

Leave a Reply

Your email address will not be published. Required fields are marked *