ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ରାଜ୍ୟ ଉଚ୍ଚ ମାଧ୍ୟମିକ ନିର୍ଦ୍ଦେଶକଙ୍କ ଆଦେଶ ଅନୁଯାୟୀ ଗୁରୁବାର ବାଲୁଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ବାଲୁଗାଁ ମହାବିଦ୍ୟାଳୟ ସଭାଗୃହରେ ଏକାଦଶ ଶ୍ରେଣୀର ନବାଗତ ଛାତ୍ର ଛାତ୍ରୀଙ୍କୁ ସ୍ୱାଗତ କରାଯାଇଛି l ଏହି ସ୍ୱାଗତ ସମାରୋହରେ ଅଧ୍ୟକ୍ଷ ଡକ୍ଟର ଲଷ୍ମୀଧର ସୁବୁଦ୍ଧି ସଭାପତିତ୍ୱ କରିଥିଲେ l ପ୍ରାରମ୍ଭରେ ନବାଗତ ଶିକ୍ଷାର୍ଥୀ ମାନଙ୍କୁ ସ୍ନାତକ ଛାତ୍ର ଛାତ୍ରୀମାନେ ପୁଷ୍ପ ଚନ୍ଦନ ଅର୍ପଣ କରି ସଭା ଗୃହକୁ ପାଛୋଟି ଆଣିଥିଲେ l ଏହାପରେ ଡକ୍ଟର ସୁବୁଦ୍ଧି ଛାତ୍ର ଛାତ୍ରୀ ମାନଙ୍କୁ ସ୍ୱାଗତ କରିବା ପରେ ଅନୁଷ୍ଠାନର ଶୈକ୍ଷିକ ଉତ୍କର୍ଷତା ସମ୍ପର୍କରେ ସୂଚନା ଦେଇଥିଲେ l ଏହି ସମାରୋହରେ ବରିଷ୍ଠ ଅଧ୍ୟାପକ ମୃଡ଼ାଣି ଶଙ୍କର ପ୍ରସାଦ ମିଶ୍ର, ସୁବ୍ରତ କୁମାର ତ୍ରିପାଠୀ, ପ୍ରବୀଣ କୁମାର ଜେନା, ବିଦ୍ୟାଧର ଜୁଝାରସିଂହ, ହିମାଂଶୁ କୁମାର ଜେନା, କ୍ରିଷ୍ଣା ସେଠି, ରୀନା ରାଉତ, ଶିବରାମ ସିଂ, ସ୍ୱାତୀ ସ୍ଵାଗତିକା ସାହୁ, ଧୋବୀ ଚରଣ ପରିଡା, କଳ୍ପନା ଗୁମାନସିଂହ, ସୁଧାକର ନାୟକ ପ୍ରମୁଖ ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷାନୁଷ୍ଠାନର ଇତିହାସ, ଗାରିମା, ଛାତ୍ରବୃତ୍ତି, ଶୃଙ୍ଖଳା, ପରୀକ୍ଷା ପଦ୍ଧତି, ବିଷୟ ଚୟନ, କ୍ୟାରିଅର କାଉନସେଲିଙ୍ଗ ଆଦି ବିଭିନ୍ନ ବିଷୟରେ ସମ୍ୟକ ଧାରଣା ପ୍ରଦାନ କରିଥିଲେ l ଏହି ଅବସରରେ ନବାଗତ ଛାତ୍ରୀ ବର୍ଷା ମୁଦୁଲି ଓ ଛାତ୍ର ଶ୍ରୀତମ ମୁଦୁଲି ଶିକ୍ଷାନୁଷ୍ଠାନରେ ସେମାନଙ୍କର ପ୍ରଥମ ଅନୁଭୂତି ବର୍ଣ୍ଣନା କରିଥିଲେ l ଏହି କାର୍ଯ୍ୟକ୍ରମକୁ ଅଧ୍ୟାପକ ଡକ୍ଟର କୈଳାସ ଚନ୍ଦ୍ର ମହାରଣା ସଂଯୋଜନା କରିଥିଲେ l
ବାଲୁଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍ୱାଗତ ଉତ୍ସବ !!!

