ଭୀମଟାଙ୍ଗି ଉନ୍ନୟନ ପରିଷଦ ତରଫରୁ ଷଡବିଂଶତିତମ ଶ୍ରୀମଦ୍ ଭାଗବତ ମହା ସପ୍ତାହ କାର୍ଯ୍ଯକ୍ରମ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶୁଭ୍ରାଂଶୁ ଶୁଭମୟ ମହାନ୍ତି : ଭୀମଟାଙ୍ଗିରେ ଭାଗବତ ସପ୍ତାହ ପାଳିତ ! ଭୀମଟାଙ୍ଗି ଉନ୍ନୟନ ପରିଷଦ ତରଫରୁ ଷଡବିଂଶତିତମ ଶ୍ରୀମଦ୍ ଭାଗବତ ମହା ସପ୍ତାହ ,ପାରାୟଣ ସହିତ ପ୍ରବଚନ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରତ୍ୟେହ ପାଞ୍ଚ ଶତରୁ ଅଧିକ ଭକ୍ତ ଉପସ୍ଥିତ ରହି ପ୍ରବଚନ ଶୁଣିବା ସହିତ ରାତ୍ରିରେ ପ୍ରସାଦ ସେବନ ପାଇଁ ଅନୁଷ୍ଠାନ ତରଫରୁ ବ୍ୟବସ୍ଥା କରାଯାଇଥିଲା। ସନ୍ଥ ଶ୍ରୀ ପାଦ ଭକ୍ତି ବେଦାନ୍ତ ବୋଧୟନଜୀ ମହାରାଜ, ପଣ୍ଡିତ ଡା ଆଶୁତୋଷ ମିଶ୍ର, ସନ୍ଥ ସତ୍ୟାନନ୍ଦ ଦାସ ମହାରାଜ ଓ ଭୀମଟାଙ୍ଗି ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ଅଧ୍ୟୟନରତ କୁନି ପ୍ରବଚକ ପ୍ରଭୃତି ଭାଗ ନେବା ସହିତ ବହୁ ସାଧୁ ସନ୍ଥ ଉପସ୍ଥିତ ରହୁଥିଲେ। ପୂର୍ଣ୍ଣାହୁତି କାର୍ଯ୍ଯକ୍ରମ ରେ ବହୁ ପଣ୍ଡିତ ଓ ଭକ୍ତ ଙ୍କ ସମାବେଶ ହୋଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମ ରେ ” ଉତ୍କଳ ସାହିତ୍ୟ ଓ କଳା ସଂସଦ, ଡୁମୁଡୁମା ” ନାମକ ବରିଷ୍ଠ ନାଗରିକ ମଞ୍ଚର କଳାକାର ମାନଙ୍କ ଦ୍ୱାରା “କାଞ୍ଚିବିଜୟ” ନୃତ୍ୟ ନାଟିକା ଓ “ଭକ୍ତ ପ୍ରହ୍ଲାଦ” ଗିତୀନାଟ୍ୟ ପରିବେଷଣ କରାଯାଇଥିଲା । ଶେଷରେ ସ୍ଥାନୀୟ ଅଞ୍ଚଳର ସ୍କୁଲ ପିଲାମାନଙ୍କୁ ନେଇ କରା ଯାଇଥିବା ପ୍ରତିଯୋଗିତାର କୃତ୍ତି ଛାତ୍ରଛାତ୍ରୀ ମାନଙ୍କୁ ଟ୍ରଫି ସହ ପ୍ରଶଂସାପତ୍ର ପ୍ରଦାନ କରାଯାଇ, ଗିତୀନାଟ୍ୟ ଓ ନୃତ୍ୟ ନାଟିକା ର କଳାକାର ମାନଙ୍କୁ ପ୍ରଶଂସାପତ୍ର ଦିଆଯାଇଥିଲା ! କାର୍ଯ୍ୟକ୍ରମରେ ଭୁବନେଶ୍ଵର ସାଂସଦ ଅପରାଜିତ ଷଡଙ୍ଗୀ, ଏକାମ୍ର ବିଧାୟକ ବାବୁ ସିଂ ଓ ପୂର୍ବତନ କର୍ପୋରେଟର ସୁଵାସିନୀ ପୃଷ୍ଟି ଉପସ୍ଥିତ ରହି ବକ୍ତବ୍ଯ ରଖିଥିଲେ । ଅନୁଷ୍ଠାନ ର ଉପଦେଷ୍ଟା ମଣ୍ଡଳୀ ସଭ୍ଯ କୃଷ୍ଣଚନ୍ଦ୍ର ବଡୁ, ସଭାପତି ମାନସ ରଞ୍ଜନ ପଟ୍ଟନାୟକ, ଉପସଭାପତି ପଦ୍ମନାଭ ଷଡଙ୍ଗୀ ଓ ସାଧାରଣ ସମ୍ପାଦକ ଚିତ୍ରସେନ ବିଶୋଇ ଉପସ୍ଥିତ ରହି ପୁରସ୍କାର ବିତରଣ କାର୍ଯ୍ୟ ସଂପାଦନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଶ୍ୱରଞ୍ଜନ ଚୌଧୁରୀ, ନୀଳ ମାଧବ ନନ୍ଦ, ଗଣେଶ କୁମାର ପ୍ରଧାନ, ରବିନାରାୟଣ ଦାଶ, ପ୍ରମୋଦ କୁମାର ଖୁଣ୍ଟିଆ,ସୁଧାଂଶୁ ଶେଖର ହରିଚନ୍ଦନ, ନାରାୟଣ ମହାପାତ୍ର, ସୁବାସ ଚନ୍ଦ୍ର ପାଢୀ, ବିଜୟ ଦାଶ, ସୁକାନ୍ତ କୁମାର ପଣ୍ଡା ଓ ଅରକ୍ଷିତ ବେହେରା ପ୍ରଭୃତି କାର୍ଯ୍ଯକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *