ମୋଦିଜୀ ଙ୍କ ଜନ୍ମ ଦିବସ ରେ ରକ୍ତଦାନ ଶିବିର !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଭାରତର ଯଶଶ୍ଵି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଜନ୍ମ ଦିବସ ଅବସରରେ ରାଜଧାନୀ ଡ଼ାକ୍ତରଖାନା ରକ୍ତ କେନ୍ଦ୍ର ପରିସରରେ ମିଶନ ରକ୍ତଦାନ ତରଫରୁ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଏହି ଶିବିରକୁ ରାଜଧାନୀ ଡାକ୍ତରଖାନା ରକ୍ତ କେନ୍ଦ୍ର ନିର୍ଦ୍ଦେଶକ ଡ ଦେବାଶିଷ ମିଶ୍ର ଉଦ୍ଘାଟନ କରିଥିଲେ। ରାଜ୍ୟ ବିଜେପି ମୁଖପାତ୍ର ପ୍ରକାଶ ରଥ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ମିଶନ ରକ୍ତଦାନ ଜନ ସଂପର୍କ ଅଧିକାରୀ ରାଜେନ୍ଦ୍ର ନାୟକ, କାର୍ଯ୍ୟକ୍ରମ ସଂଯୋଜକ ବିଭୂତି ଭୂଷଣ ସାହୁ ଏବଂ ଚନ୍ଦ୍ରକାନ୍ତ ଭୋଇ ଏବଂ ଭୁବନେଶ୍ଵରୀ ମିଶ୍ର ପ୍ରମୁଖ ଶିବିର ପରିଚାଳନା କରିଥିଲେ। ଶିବିରରୁ ୨୦ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା !

Leave a Reply

Your email address will not be published. Required fields are marked *