ବିଶ୍ଵ ନାଟ୍ୟ ଦିବସ ଉପଲକ୍ଷେ ନାଟୁଆ ମେଳା ଆୟୋଜିତ !!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡିର ପ୍ରଗତିଶୀଳ ନାଟ୍ୟ ସଂସ୍ଥା ତରଙ୍ଗ ରଙ୍ଗ ପକ୍ଷରୁ ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ବିଶ୍ଵ ନାଟ୍ୟ ଦିବସ ଉପଲକ୍ଷେ ସ୍ଥାନୀୟ ଟାଉନ୍ ହଲ୍ ଠାରେ ନାଟୁଆ ମେଳା ଆୟୋଜିତ ହୋଇଯାଇଛି . ଅନୁଷ୍ଠାନ ର ସଭାପତି ନାଟ୍ୟଶ୍ରୀ ଦେବେନ୍ଦ୍ର ଦାସ ଙ୍କ ସଭାପତିତ୍ଵ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ଜିଲ୍ଲା ସଂସ୍କୃତି ଅଧିକାରି ପ୍ରଭାକର ତ୍ରିପାଠୀ, ପାରଳା ପୌର ପରିଷଦ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଶୋକ ରାଉତ ଓ ପୂର୍ବତନ ନଗରପାଳ ନୃସିଂହ ଚରଣ ପଟ୍ଟନାୟକ ଉପସ୍ଥିତ ଥିଲେ, ସଭା ରେ ପାରଳାଖେମୁଣ୍ଡିରେ ନାଟକ ଇତିହାସ ଓ ଭବିଷତ ଉନ୍ନତି ଦିଗରେ ଅତିଥି ମାନେ ଆଲୋଚନା କରିଥଲେ .

ବିଶ୍ଵ ନାଟ୍ୟ ବାର୍ତ୍ତା ପାଠ କରିବା ପରେ ସହରର ବିଭିନ୍ନ ନୃତ୍ୟ ଅନୁଷ୍ଠାନ ର କଳାକାର ମାନେ ନୃତ୍ୟ ପରିବେଷଣ କରିଥଲେ . ଏହି ଅବସର ରେ ଅନୁଷ୍ଠାନର କଳାକାର ମାନେ ଉତ୍କଳେ ଗାନ୍ଧୀଜୀ ନାଟକ ମଞ୍ଚସ୍ଥ କରିଥିଲେ . ନାଟ୍ୟଶ୍ରୀ ଦେବେନ୍ଦ୍ର ଦାସ ଙ୍କ ନିର୍ଦ୍ଦେଶନା ଓ ମନୋଜ ପାଢ଼ୀ ସହ ନିର୍ଦ୍ଦେଶନା, ଗୁରୁ ରଘୁନାଥ ପାତ୍ର ସଂଗୀତ ନିର୍ଦ୍ଦେଶନା ରେ ଏହି ନାଟକ ମଞ୍ଚସ୍ଥ ହୋଇଥିଲା . ଅନୁଷ୍ଠାନ ର 30 ଜଣ ବରିଷ୍ଠ ଓ ଯୁବ କଳାକାରଙ୍କୁ ନେଇ ମଞ୍ଚସ୍ଥ ଏହି ନାଟକ କୁ ଦର୍ଶକ ଭରପୁର ଉପଭୋଗ କରଥିଲେ . ନାଟକ ର ବିଭିନ୍ନ ଚରିତ୍ର ରେ ଏମ.ପୃଥ୍ୱୀରାଜ , ମନୋଜ ପାଢ଼ୀ, ମୁନା ପାଢ଼ୀ, ସୁବାଷଦାସ, ଶୁଭ୍ରାଂଶୁ ପଟନାୟକ, ରଜତ ପାତ୍ର, ହର ତ୍ରିପାଠୀ, ହରିହର ପଟନାୟକ, ସୁଜିତ୍ ପାଣିଗ୍ରାହୀ, ଅମୂଲ୍ୟ ପାଣିଗ୍ରାହୀ, ମତଙ୍ଗିନୀ ଗୁରୁ, ଇନ୍ଦିରା ପଟ୍ଟନାୟକ, କୁନା ହଳଧର, ଜ୍ଞାନ ଦାସ, ରାଜେନ୍ଦ୍ର ପଣ୍ଡା, ସୁକୁମାର ମିଶ୍ର ଅଭିନୟ କରିଥିବା ବେଳେ ବ୍ରହ୍ମପୁ୍ର ର ଭୈରବୀ ଚିତ୍ରାଳୟ ରୂପଶଯ୍ୟା କରିଥଲେ . ନାଟକ କ୍ଷେତ୍ର ରେ ଉଲେଖନୀୟ ଅବଦାନ ପାଇଁ ନାଟ୍ୟକାର “ନୃସିଂହନନ୍ଦ ପାଣିଗ୍ରାହି” ଙ୍କୁ ଏବଂ ପାରଳା ନାଟକ କୁ ଦୀର୍ଘ ବର୍ଷ ଧରି ସହଯୋଗ କରି ଆସୁଥିବା ବ୍ରହ୍ମପୁର ର “ମା ଭୈରବୀ ଚିତ୍ରାଳୟ” ଅନୁଷ୍ଠାନ କୁ ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯାଇଥିଲା .

Leave a Reply

Your email address will not be published. Required fields are marked *