ନିଷ୍ଟ ପବ୍ଲିକ ସ୍କୁଲ ରେ ବିଜ୍ଞାନ ମେଳା ଅନୁଷ୍ଠିତ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଭୁବନେଶ୍ଵର ର ଅଗ୍ରଣୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ନିଷ୍ଟ ପବ୍ଲିକ ସ୍କୁଲ ରେ ବିଜ୍ଞାନ ମେଳା ଅନୁଷ୍ଠିତ ! ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବିଜ୍ଞାନ ପ୍ରତି ଉତ୍ସାହ ବୃଦ୍ଧି ପାଇଁ ପ୍ରତି ବର୍ଷ ନିଷ୍ଟ ପବ୍ଲିକ ସ୍କୁଲ ପକ୍ଷରୁ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇ ଆସୁଥିବା ବେଳେ ଚଳିତ ବର୍ଷ ଛାତ୍ର ଛାତ୍ରୀ ମାନଙ୍କ ଦ୍ବାରା ପ୍ରାୟ ୭୫ ରୁ ଉର୍ଦ୍ଧ ପ୍ରକଳ୍ପ ପ୍ରଦର୍ଶିତ କରାଯାଇଥିଲା ! କାର୍ଯ୍ୟକ୍ରମ କୁ ବିଦ୍ୟାଳୟର ପ୍ରତିଷ୍ଠାତା ଡଃ ଶୁଭ୍ରାଂଶୁ ଶେଖର ପାଢ଼ୀ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ ! କାର୍ଯ୍ୟକ୍ରମ ରେ ଅତିଥି ଭାବେ କଟକ ABIT ବୈଷୟିକ ମହାବିଦ୍ୟାଳୟ ର କମ୍ପୁଟର ସାଇନ୍ସ ବିଭାଗୀୟ ମୁଖ୍ୟ ଡଃ ଅମରେଶ ସାହୁ , ଓଡ଼ିଶା ର ସୁନାମଧନ୍ୟ ବୈଜ୍ଞାନିକ ସନ୍ତୋଷ କୁମାର ମହାନ୍ତି ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କ ସହ ବିଜ୍ଞାନର ଉପାଦେୟତା ବିଷୟରେ ଆଲୋଚନା କରିଥିବା ବେଳେ ଛାତ୍ର ଛାତ୍ରୀ ମାନଙ୍କ ଦ୍ବାରା ପ୍ରଦର୍ଶିତ ବିଭିନ୍ନ ପ୍ରକଳ୍ପ ଦେଖି ଖୁସି ବ୍ୟକ୍ତ କରିଥିଲେ ! ନିଷ୍ଟ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ଡଃ ପ୍ରଜ୍ଞା ପାରମିତା ପାଢ଼ୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିବା ବେଳେ ସ୍କୁଲ ର ବିଜ୍ଞାନ ବିଭାଗର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ମାନେ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ! ପରିଶେଷରେ କୃତି ପ୍ରତିଯୋଗୀଙ୍କୁ ମାନପତ୍ର ଦେଇ ସମ୍ମାନୀତ କରାଯାଇଥିଲା ! ଚଳିତବର୍ଷ ନିଳାଦିତ୍ୟା ରାଏ , ଦିଶା ପ୍ରିୟଦର୍ଶିନୀ ଜେନା , ପ୍ରିତିପ୍ରଜ୍ଞା ସାହୁ , ଶୁଭ୍ରାଂଶୁ ଶେଖର ବରାଳ , ଅଂଶୁମାନ ଜେନା , ସାଇଦତ୍ତ ଚୌଧୁରୀ ଆଦି ଙ୍କୁ ଉଲ୍ଲେଖନୀୟ ପ୍ରକଳ୍ପ ପାଇଁ ସ୍ୱତନ୍ତ୍ର ସମ୍ମାନ ପ୍ରଦାନ କରାଯାଇଥିଲା !

 

Leave a Reply

Your email address will not be published. Required fields are marked *