ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଏକ ଅଜଣା ଜଙ୍ଗଲ ଜନ୍ତୁ ଆକ୍ରମଣରେ ସୁକିନ୍ଦା ଥାନା ଅଞ୍ଚଳର ଜଣେ ବ୍ୟକ୍ତି, ଜଣେ ନାବାଳିକା ଓ ଦମ୍ପତି ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର ହୋଇଥିବା ଜଣାପଡିଛି । ସୁକିନ୍ଦା ଥାନା ଅନ୍ତର୍ଗତ ଉପରକୋଇଲ ଗ୍ରାମ ଗୋଲଖ ପ୍ରଧାନ (୫୫) ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର ହୋଇଥିବା ବେଳେ ଗୋଲଖଙ୍କ ପତ୍ନୀ ମଞ୍ଜରୀ ପ୍ରଧାନ(୪୫) ଓ ସୁରେନ୍ଦ୍ର ବେହେରାଙ୍କ ନାତୁଣୀ (ଷୋଳ ମାଣିଆ ଗ୍ରାମ ଗଗନ ବେହେରାଙ୍କ ) ଝିଅ ସଂଚିତା ବେହେରା ଓ ଉପର କୋଇଲ ଗ୍ରାମର କ୍ଷେତ୍ରବାସୀ ଲୋହାର ଆହତ ହୋଇ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି ! ଶନିବାର ସନ୍ଧ୍ୟାରେ ଏକ ଜଙ୍ଗଲି ଜନ୍ତୁ ଜଙ୍ଗଲରୁ ଉପରକୋଇଲ ଗ୍ରାମ ଆଡ଼କୁ ଚାଲି ଆସି ଚାରି ଜଣଙ୍କୁ ଆକ୍ରମଣ କରିଥିଲା। ସୌଭାଗ୍ୟବଶତଃ ଆହତ ମାନେ ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଥିଲେ। ଘଟଣାକୁ ନେଇ ସଂପୃକ୍ତ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି । ସ୍ଥାନୀୟ ଅଞ୍ଚଳବାସୀ ଘଟଣା ସମ୍ପର୍କରେ ବନବିଭାଗ ଉପରିସ୍ଥ ଅଧିକାରୀଙ୍କୁ ସୂଚନା ଦେଇଥିଲେ। ଅଧିକାରୀଙ୍କ ନିର୍ଦ୍ଦେଶରେ ସୁକିନ୍ଦା ବନବିଭାଗ ଏକ ଟିମ୍ ସଂପୃକ୍ତ ଅଞ୍ଚଳରେ ପହଞ୍ଚି ଆକ୍ରମଣ କରିଥିବା ଅଚିହ୍ନା ଜନ୍ତୁ ଉପରେ ନଜର ରଖିବା ସହ ଆହତ ନାବାଳିକାକୁ ଉଦ୍ଧାର କରି ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଆହତ ମାନଙ୍କ ଚିକିତ୍ସା ଜାରି ରହିଛି। ଆକ୍ରମଣ କରିଥିବା ଜଙ୍ଗଲି ଜନ୍ତୁ ହେଟା ବାଘ ବୋଲି ଆଲୋଚନା ହେଉଛି ।
କୋଇଲ ଅଞ୍ଚଳରେ ଅଚିହ୍ନା ଜଙ୍ଗଲୀ ଜନ୍ତୁ ଆକ୍ରମଣରେ ଚାରି ଆହତ : ଜଣେ ଗୁରୁତର !!!

