ନ୍ୟାୟ ପାଇଁ ମାନବାଧିକାର କମିଶନର ଙ୍କୁ ଭେଟିଲେ ଶୁଭ୍ରାଂଶୁଙ୍କ ପରିବାର ଲୋକେ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶାଶ୍ଵତୀ ନାୟକ : ନ୍ୟାୟ ପାଇଁ ମାନବାଧିକାର କମିଶନର ଙ୍କୁ ଭେଟିଲେ ପରିବାର ଲୋକେ ! ଶୁଭ୍ରାଂଶୁଙ୍କ ନ୍ୟାୟ ଦାବୀରେ ଅଣ୍ଟା ଭିଡିଲେ ସାମାଜିକ କର୍ମୀ ! କଟକ ବଡ଼ ମେଡ଼ିକାଲରେ ଅସ୍ତି ମଜ୍ଜା ଅପରେସନ ହୋଇଥିବା କର୍କଟ ପୀଡିତ ବାଳକ ଶୁଭ୍ରାଂଶୁ ସବ୍ୟସାଚୀ ସାହୁଙ୍କ ମୃତ୍ୟୁ ଉପରେ କଟକ ବଡ଼ ମେଡ଼ିକାଲ ର ମିଥ୍ୟା ସମ୍ବାଦ ପ୍ରସାରଣ ଉପରେ ଗାନ୍ଧୀ ମାର୍ଗରେ ଧାରଣାରେ ବସି ରହିଥିଲେ ପରିବାର ଲୋକେ ! ଶୁଭ୍ରାଂଶୁଙ୍କର ମୃତ୍ୟୁର ମିଥ୍ୟା ଖବର ପ୍ରକାଶିତ କରିଥିବା ଘଟଣାକୁ ସାମାଜିକ କର୍ମୀ ଦୃଢ଼ ନିନ୍ଦା କରିବା ସହ ନ୍ୟାୟ ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି ! ଶୁଭ୍ରାଂଶୁଙ୍କ ମୃତ୍ୟୁର ବାସ୍ତବ ସତ୍ୟାସତ୍ୟ ଲୋକଲୋଚନକୁ ଆସୁ । ଭୁଲ ଅପରେସନ କରିଥିବା ଓ ମିଥ୍ୟା ରିପୋର୍ଟ ଦେଇଥିବା ଡାକ୍ତରଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ଓ ଅପରେଶନ ନାଁ ରେ ଏକ୍ସପେରିମେଣ୍ଟ କରିଥିବା ଘଟଣାରେ ରାଜ୍ୟରେ ବାଃ ବାଃ ନେଇଥିବା ଡାକ୍ତରୀ ଟିମ ଶୁଭ୍ରାଂଶୁଙ୍କ ପରିବାର କୁ କ୍ଷତିପୂରଣ ପ୍ରଦାନ କରନ୍ତୁ ବୋଲି ମତାମତ ଦେଇଛନ୍ତି ସାମାଜିକ କର୍ମୀ । ଶୁଭ୍ରାଂଶୁଙ୍କ ବାପା ସନାତନ ସାହୁ ପୁଅ କୁ ତ ଆଉ ଫେରି ପାଇବିନି , ହେଲେ ନ୍ୟାୟ ମିଳିବା ଯାଏଁ ଲଢେଇ କରିବି !

 

Leave a Reply

Your email address will not be published. Required fields are marked *