ରଙ୍ଗାରଙ୍ଗ ପରିବେଶ ରେ ଆୟୋଜିତ ହେଉଛି ଚୁଡ଼ଙ୍ଗଗଡ ବାରଙ୍ଗ ମହୋତ୍ସବ !!!

Spread the love

ବାରଙ୍ଗ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ରଙ୍ଗାରଙ୍ଗ ପରିବେଶ ରେ ଆୟୋଜିତ ହେଉଛି ଚୁଡ଼ଙ୍ଗଗଡ ବାରଙ୍ଗ ମହୋତ୍ସବ ! ରାଜଭୂମି ବାରଙ୍ଗ , ବୀରଭୂମି ବାରଙ୍ଗ , ଅଖଣ୍ଡ ବାରଙ୍ଗ ଏବଂ ଐତିହାସିକ ବାରଙ୍ଗ ସ୍ଲୋଗାନ କୁ ମଟୋ କରି ସପ୍ତମ ସଂସ୍କରଣରେ ପହଂଚିଛି ଏହି ମହୋତ୍ସବ ! ବରିଷ୍ଠ ସାମାଜିକ କର୍ମୀ ତୁଷାରକାନ୍ତ ଚକ୍ରବର୍ତ୍ତୀ ଙ୍କ ଉଦ୍ୟମରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ସ୍ଥାନୀୟ ଯୁବ ଶକ୍ତି , ରାଜନୈତିକ ବ୍ୟକ୍ତିତ୍ୱ , ଆଇନଜୀବୀ , ଗଣମାଧ୍ୟମ ପ୍ରତିନିଧି ସର୍ବୋପରି ସାଧାରଣ ଲୋକଙ୍କ ସମର୍ଥନ ପାଇ ଏବେ ସଫଳତାର ସହିତ ଆୟୋଜିତ ହେଉଛି ! ମହୋତ୍ସବର ତୃତୀୟ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ସରକାରଙ୍କ ଆଇନ , ପୂର୍ତ୍ତ ଏବଂ ଅବକାରୀ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଯୋଗଦେଇ ଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ ! ଆଗାମୀ ଦିନରେ କଟକ ଭୁବନେଶ୍ୱର ଦ୍ୱୈତ ନଗରୀ ର ଉନ୍ନତିରେ ବାରଙ୍ଗ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ରହିବ ବୋଲି କହିଥିଲେ ମୁଖ୍ୟ ଅତିଥି ! ସମ୍ମାନୀତ ଅତିଥି ରୂପେ କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ , ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ ସ୍ୱାଇଁ , ସିନେ କଳାକାର ତଥା ବିଜେପି ନାରୀନେତ୍ରୀ ପିଙ୍କି ପ୍ରଧାନ ଯୋଗ ଦେଇଥିବା ସମୟରେ ମୁଖ୍ୟ ବକ୍ତା ଭାବରେ ଲିପିତତ୍ତ୍ଵବିଦ ଇଂ ବହିଦାର ଯୋଗଦେଇ ଚୁଡ଼ଙ୍ଗଗଡ ର ଐତିହ୍ୟ ଉପରେ ଆଲୋକପାତ କରିଥିଲେ ! ଆଜି ମହୋତ୍ସବର ଉଦଯାପନୀ ସନ୍ଧ୍ୟାରେ ଯୋଗଦେଇ ସଫଳତାରେ ସହଭାଗୀ ହେବାକୁ ସମସ୍ତଙ୍କୁ ସାଦର ନିମନ୍ତ୍ରଣ ଜଣାଇଛନ୍ତି ଆୟୋଜକ କମିଟିର ସଭାପତି ତୁଷାରକାନ୍ତ ଚକ୍ରବର୍ତ୍ତୀ !

Leave a Reply

Your email address will not be published. Required fields are marked *