ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ଏବଂ ଓଡିଶା ନାଗରିକ ମହାମଞ୍ଚ ତରଫରୁ ଗବେଷକ ଡ଼ଃ ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀଙ୍କ ଜନ୍ମୋତ୍ସବ ପାଳିତ ! ରାଜଧାନୀ ଗୀତ ଗୋବିନ୍ଦ ସଦନରେ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଚୌରାଅଶୀ ବୟସରେ ପଦାର୍ପଣ କରିଥିବା ସାରସ୍ୱତ ସାଧକ , ଗବେଷକ , ଜୟଦେବ ସ୍ମୃତି ସଂସ୍କୃତି ଅଭିଯାନର ପ୍ରମୂଖ କାଣ୍ଡାରି ଡ଼ଃ ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀଙ୍କ ଦୀର୍ଘ ନିରାମୟ ଜୀବନ କାମନା କରି ତାଙ୍କୁ ଅଭିନନ୍ଦନ ଜଣାଇଥିଲେ ସମବେତ ଲୋକେ ! କାର୍ଯ୍ୟକ୍ରମରେ ସୌମ୍ୟରଞ୍ଜନ ପଟ୍ଟନାୟକ , ଦାଶ ବେନେହୁର , ଡାକ୍ତର ଅଶୋକ ମହାପାତ୍ର , ପ୍ରାକ୍ତନ ମୁଖ୍ୟ ଶାସନ ସଚିବ ତଥା ଗବେଷକ ଅଜିତ ତ୍ରିପାଠୀ , ପ୍ରାକ୍ତନ ମନ୍ତ୍ରୀ ଅରବିନ୍ଦ ଢ଼ାଲି , ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ପ୍ରମୂଖ ଯୋଗ ଦେଇଥିଲେ !
ଗବେଷକ ଡ଼ଃ ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀଙ୍କ ଜନ୍ମୋତ୍ସବ ପାଳିତ !!!

