ବାଣପୁର ଗୋଦାବରୀଶ ମହାବିଦ୍ୟାଳୟ ରେ ସମ୍ବିଧାନ ଦିବସ ପାଳିତ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଭାରତ ସରକାର ୨୦୧୫ ମସିହାରେ ନଭେମ୍ବର ୨୬ ତାରିଖ ଦିନକୁ ସମ୍ବିଧାନ ଦିବସ ଭାବରେ ଘୋଷଣା କରିଥିବାରୁ ଶିକ୍ଷାନୁଷ୍ଠାନ ଓ ଅନେକ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଏହା ପାଳନ କରିଆସୁଛନ୍ତି। ଆଜି ଗୋଦାବରୀଶ ମହାବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗ ତରଫରୁ ଏହି ଦିବସ ପାଳିତ ହୋଇଛି । ଏଥିନିମନ୍ତେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ବିନାୟକ ହୋତାଙ୍କ ସଭାପତିତ୍ବରେ ଆୟୋଜିତ ଉତ୍ସବରେ ସମସ୍ତ ସମ୍ମାନ ଛାତ୍ର ଛାତ୍ରୀ ସାମୁହିକ ପ୍ରସ୍ତାବନା ପାଠ କରିଥିଲେ। ବିଭାଗୀୟ ମୂଖ୍ୟ ଶ୍ରୀ ଲକ୍ଷ୍ମୀ ପ୍ରସାଦ ମିଶ୍ର ସମ୍ବିଧାନ ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ବୁଝାଇ ଥିବାବେଳେ ଅଧ୍ୟାପକ ଆଦିତ୍ୟ ସାରଥୀ ବେଦମତ୍ତା ଓ ଗୋଲକ କୁମାର ବେହେରା ସମ୍ବିଧାନ ସମ୍ପର୍କରେ ଅନେକ ତଥ୍ୟ ପ୍ରଦାନ କରିଥିଲେ।ଅଧ୍ୟକ୍ଷ ଏହି ସମ୍ବିଧାନରେ ସମ୍ମାନ ପ୍ରଦାନ କରିବା ସହ ଏହାର ଲକ୍ଷ ଓ ଆଦର୍ଶ ଗୁଡ଼ିକୁ ଅନୁକରଣ କରିବାପାଇଁ ପରାମର୍ଶ ଦେଇଥିଲେ।ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ ପରେ ଅଧ୍ୟାପିକା ପ୍ରତିଭା ମଲିକ୍ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *