ସାଲେପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଗତକାଲି ବିଳମ୍ବିତ ରାତିରେ କଟକ ଜିଲ୍ଲା ସାଲେପୁର ଥାନା ଓଡାସିଂ ପଂଚାୟତ କଟିକଟା ରେ ଦୁଇଟି ଶିବ ମନ୍ଦିରରୁ ତାଲା କାଟି ଚୋରି ଉଦ୍ୟମ । ଲୋକେ ଉଠିଯିବାରୁ ଘଟଣା ସ୍ଥଳରୁ ଲୁଟେରା ଫେରାର । ଲୁଟେରା ମାନଙ୍କ ଟାର୍ଗେଟରେ ମଠ ମନ୍ଦିର ଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ମନ୍ଦିରର ତାଲା ଭାଙ୍ଗି ଦେଇଥିଲେ । ହେଲେ ଲୁଟ କରିବା ସମୟରେ ସ୍ଥାନୀୟ ଲୋକମାନେ ଉଠି ପଡ଼ି ପାଟିତୁଣ୍ଡ କରିବାରୁ ଘଟଣା ସ୍ଥଳରେ ଅନ୍ୟ ମନ୍ଦିରରୁ ଲୁଟ କରିଥିବା ଦୁଇଟି ରୁପା ମୁକୁଟ , ରୁପା ପାଦୁକା ଏକ ହଳ, ରୁପା ହାର ଦୁଇଟି, ଏକ କଟର, କିଛି ରେଜା ଟଙ୍କା , ଇମିଟେସନ ହାର ସହ ଏକ ବାଇକ୍ ଛାଡି ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲେ ଲୁଟେରା । ଘଟଣା ସ୍ଥଳରେ ସାଲେପୁର ଥାନା ଜପକୂଦ ପୋଲିସ ପହଂଚି ସମସ୍ତ ଜିନିଷ ସହ ବାଇକକୁ ଜବତ କରି ତଦନ୍ତ ଚଳାଇଥିବା ବେଳେ କୌଣସି ଲୁଟେରାଙ୍କ ଟେର ପାଇ ପାରିନାହିଁ । ମନ୍ଦିରରୁ ଲୁଟ ଘଟଣା ସାଲେପୁର ଅଂଚଳରେ ବାରମ୍ବାର ହୋଇ ଆସୁଥିବା ବେଳେ ସାଲେପୁର ଥାନା ଜପକୂଦ ଫାଣ୍ଡି ମାଳଶାସନ ଗ୍ରାମ ରୁ ମନ୍ଦିରରୁ ଦୁଇଦିନ ତଳେ ଚୋରି ଘଟଣାରେ ପୋଲିସ କୌଣସି ଲୁଟେରାଙ୍କ ଟେର ପାଇପାରି ନାହିଁ । ଯାହାକୁ ନେଇ ଜନସଧାରଣଙ୍କ ମନରେ ଅସନ୍ତୋଷ ଦେଖାଦେଇଛି ।
ଲୁଟେରା ମାନଙ୍କ ଟାର୍ଗେଟରେ ମଠ ମନ୍ଦିର !!!

