ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶାଶ୍ଵତୀ ନାୟକ : ଲାଞ୍ଚ ନେଇ ବନ୍ଧା ହେଲେ କିରାଣୀ । ଭୁବନେଶ୍ୱର ଖଣ୍ଡଗିରି ସବ୍ ରେଜିଷ୍ଟର ଅଫିସ ର କିରାଣୀ ଦେବଯାନୀ କର ଗିରଫ । ଗତ ୮ ତାରିଖ ରେ ଜମି ଜମା କାଗଜ ପାଇଁ ବ୍ୟକ୍ତିଙ୍କୁ ଟଙ୍କl ମାଗିଥିବା ନେଇ ହେଇଥିଲା ଅଭିଯୋଗ । ଗତ କାଲି ୨୦ ହଜାରଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଥିଲା ଭିଜିଲାନ୍ସ । କିରାଣୀ ଙ୍କ ପାଖରୁ ୨୦ ହାଜର ଲାଞ୍ଚ ଟଙ୍କା ଜବତ ପରେ ଅଫିସ ରେ ଯାଞ୍ଚ କରାଯାଇଥିଲା । ଅଫିସ ରୁ ନଗଦ ୧୫ ଲକ୍ଷ ଟଙ୍କାର କ୍ୟାଶ ମିଳିଥିଲା । ଆଜି ଭିଜିଲାନ୍ସ ତାଙ୍କୁ ଗିରଫ କରି ହାଜତ କୁ ପଠେଇଛି ।
ଲାଞ୍ଚ ନେଇ ବନ୍ଧା ହେଲେ କିରାଣୀ !!!

