ଚିନ୍ମୟ ଫାଉଣ୍ଡେସନର ଆନ୍ତର୍ଜାତିକ ଗୁରୁବାର ସେର ଝୋଟି ପ୍ରତିଯୋଗିତାର ଚତୁର୍ଥ ପାଳିରେ ୯୭୩୬ ପ୍ରତିଯୋଗୀ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଗ୍ରାମାଞ୍ଚଳର ଲୋକ କଳା ଓ ଲୋକ ସଂସ୍କୃତିକୁ ସମଗ୍ର ବିଶ୍ଵରେ ପରିଚିତ କରିବା ତଥା ସାଂସ୍କୃତିକ ସମ୍ପର୍କ ଯୋଡିବା ଉଦ୍ଦେଶ୍ୟରେ ଆଜକୁ ଦୀର୍ଘ ଦିନ ଧରି କାମ କରିଆସୁଛି ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ୍ ଅନ୍ତର୍ଗତ ବାବଲପୁର ସ୍ଥିତ ଆନ୍ତର୍ଜାତିକ ଲୋକ ସଂଗଠନ ଚିନ୍ମୟ ଫାଉଣ୍ଡେସନ। ଏହି ପରିପ୍ରେକ୍ଷୀରେ ଫାଉଣ୍ଡେସନ ଦ୍ବାରା ପରିଚାଳିତ କାର୍ଯ୍ୟକ୍ରମ “ଆନ୍ତର୍ଜାତିକ ଗ୍ରାମୀଣ ପ୍ରତିଭା ଅନ୍ଵେଷଣ ଅଭିଯାନ” ପକ୍ଷରୁ ଆୟୋଜିତ ଆନ୍ତର୍ଜାତିକ ଗୁରୁବାର ସେର ଝୋଟି ପ୍ରତିଯୋଗିତାର ପ୍ରଥମ ପାଳିରେ ୨୨୫୬ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିବା ବେଳେ, ଦ୍ଵିତୀୟ ପାଳିରେ ୪୩୨୭ ଜଣ ପ୍ରତିଯୋଗୀ ଓ ତୃତୀୟ ପାଳିରେ ୫୬୫୩ ଜଣ ପ୍ରତିଯୋଗୀ ଓ ଚତୁର୍ଥ ପାଳିରେ ୯୭୩୬ ଜଣ ପ୍ରତିଯୋଗୀ ଯୋଡ଼ି ହୋଇଛନ୍ତି। ସେହିଭଳି ପଞ୍ଚକ ମୁରୁଜ ପ୍ରତିଯୋଗିତାର ପ୍ରଥମ ଦିନରେ ୧୭୫୬ ଜଣ ପ୍ରତିଯୋଗୀ, ଦ୍ଵିତୀୟ ଦିନରେ ୩୭୯୫ ଜଣ ପ୍ରତିଯୋଗୀ, ତୃତୀୟ ଦିନରେ ୫୯୫୬ ଜଣ ପ୍ରତିଯୋଗୀ , ଚତୁର୍ଥ ଦିନରେ ୭୨୭୨ ଜଣ ପ୍ରତିଯୋଗୀ ଓ ଅନ୍ତିମ ଦିବସରେ ୯୭୫୬ ଜଣ ପ୍ରତିଯୋଗୀ , ପାଞ୍ଚ ସନ୍ଧ୍ୟା ଫୁଲଘର ପ୍ରତିଯୋଗିତାରେ ୩୭୨୪ ଜଣ ପ୍ରତିଯୋଗୀ, ଏକ ଦିବସୀୟ ରଙ୍ଗୋଲି ପ୍ରତିଯୋଗିତାରେ ୧୩୭୨ ଜଣ ପ୍ରତିଯୋଗୀ ମୋଟ ଅଦ୍ୟାବଧି ଚାରିଗୋଟି ପ୍ରତିଯୋଗିତାରେ ୫୫,୫୯୩ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିବାର ଦେଖିବାକୁ ମିଳିଛି। ଏହାସହ ଚାଲୁ ରହିଛି ଆନ୍ତର୍ଜାତିକ ଅନଲାଇନ୍ ସଙ୍ଗୀତ ପ୍ରତିଯୋଗିତା, ନୃତ୍ୟ ପ୍ରତିଯୋଗିତା, ଚିତ୍ର ପ୍ରତିଯୋଗିତା ଓ ମେହେନ୍ଦି ପ୍ରତିଯୋଗିତା। ସମଗ୍ର ପୃଥିବୀର ବିଭିନ୍ନ ଦେଶର ଲୋକକଳାକୁ ଯୋଡିବା ସହ ଗ୍ରାମାଞ୍ଚଳର ଅବହେଳିତ ପ୍ରତିଭା ମାନଙ୍କୁ ଆନ୍ତର୍ଜାତୀୟ ସ୍ତରରେ ପରିଚିତ କରାଇବା ଚିନ୍ମୟ ଫାଉଣ୍ଡେସନର ପ୍ରମୁଖ ଲକ୍ଷ୍ୟ ବୋଲି ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଆନ୍ତର୍ଜାତିକ ଅଧ୍ୟକ୍ଷ ଡ଼ଃ ଚିନ୍ମୟ ଦାଶ ମତବ୍ୟକ୍ତ କରିଛନ୍ତି।

Leave a Reply

Your email address will not be published. Required fields are marked *