ଧୂମଧାମରେ ନୂଆବର୍ଷ ପାଳିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ଡିସେମ୍ବର ୩୧ ମଧ୍ୟ ରାତ୍ର ତଥା ଜାନୁଆରୀ ପହିଲା ରାତ୍ର “ଜିରୋ ନାଇଟ” ଧୂମଧାମରେ ପାଳନ କରିଥିବାର ଜଣାପଡିଛି । ଅତି ହର୍ସ ଉଲ୍ଲାସର ସହ ବିଭିନ୍ନ ଢଙ୍ଗରେ ଲୋକେ ସ୍ୱାଗତ କରିଥିଲେ ନୂଆ ବର୍ଷକୁ । ଏଥିଲାଗି ସମଗ୍ର ସହର ଚଳଚଞ୍ଚଳ ହୋଇ ଉଠିଥିବା ବେଳେ ହର୍ଷ ଉଲ୍ଲାସ, , ଏକତ୍ରିତ ହେବା ଆଦି ପରିଲକ୍ଷିତ ହୋଇ ଥିଲା । ମଧ୍ୟରାତ୍ର ତଥା ନୂଆବର୍ଷର ଆଗମନରେ ଛକ ଛକରେ ରହି ଫୁଟାଇଥିବା ବେଳେ ହାପି ନ୍ୟୁ ୟର୍ ବୋଲି କହି ପରସ୍ପର ମଧ୍ୟରେ ଶୁଭେଚ୍ଛା ଜଣାଇଥିଲେ । ସେହପରି ବିଭିନ୍ନ ରାଜନୈତିକ ଦଳ ମାନେ ନିଜ ନିଜର ଦଳୀୟ କର୍ମକର୍ତ୍ତା ନେତା ମାନଙ୍କୁ ପରସ୍ପର ମଧ୍ୟରେ ଭେଟି ନବବର୍ଷର ଅଭିନନ୍ଦନ ଜଣାଇଥିଲେ । ସ୍ଥାନୀୟ ହାଇଟେକ୍ ପ୍ଲାଜାରେ ପାରଳାଖେମୁଣ୍ଡି ବିଧାୟକ ଇଂ.ରୂପେଶ କୁମାର ପାଣିଗ୍ରାହୀ ଜନସାଧାରଣ, ବିଜେଡି ନେତା ଓ କର୍ମୀଙ୍କ ସହ ଭେଟି ଅଭିନନ୍ଦନ ଜଣାଥିଲେ । ଏଥି ଉପଲକ୍ଷେ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ହୋଇଥିଲା । ସେହିପରି ସରକାରୀ କର୍ମଚାରୀମାନେ ସେମାନଙ୍କ ଅଧିକାରୀମାନଙ୍କୁ ଭେଟି ନୂତନବର୍ଷର ଶୁଭେଚ୍ଛା ପ୍ରଦାନ କରିଥିବାର ଲକ୍ଷ୍ୟ କରାଯାଇଥିଲା । ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାଶ ତାଙ୍କ କାର୍ଯ୍ୟାଳୟରେ ବିଭିନ୍ନ ପଦାଧିକାରୀଙ୍କ ଠାରୁ ଆରମ୍ଭ କରି ଅନାଥ ଶିଶୁଙ୍କୁ ଭେଟି ନୂତନବର୍ଷ ସମସ୍ତଙ୍କ ପାଇଁ ମଙ୍ଗଳମୟ ହେଉ ବୋଲି କହିଥିଲେ । ନୂଆବର୍ଷ ଏବଂ ଜିରୋନାଇଟ୍ ଉପଲକ୍ଷେ ସହରର ବିଭିନ୍ନ ମିଷ୍ଠାନ ଓ କେକ ଦୋକାନ ବଜାରରେ ଚଳଚଞ୍ଚଳ ରହିଥଲା । ଝିଅ ତଥା ମହିଳା ମାନେ ନିଜ ନିଜ ଘର ସାମନାରେ ଝୋଟି ଆଙ୍କି ନୂଆ ବର୍ଷକୁ ସ୍ୱାଗତ କରିଥିବାର ମଧ୍ୟ ଦେଖିବାକୁ ମିଳିଛି । ସେହିପରି ଅନେକ ଲୋକେ ବିଭିନ୍ନ ମଠମନ୍ଦିରରେ ଭିଡ ଜମାଇ ପୂଜାର୍ଚ୍ଚନା କରିଥିଲେ । ଏହା ସଙ୍ଗେ ସଙ୍ଗେ ବର୍ଷ ତମାମ ଜନମଙ୍ଗଳ ଉଦ୍ଦେଶ୍ୟରେ ପୂଜାପାଠ କରିଥିଲେ । ଆଜିର ଏହି ଦିନରେ ପର୍ଯ୍ୟଟକ ମାନେ ବିଶେଷ କରି ଗଜପତି ଜିଲ୍ଲାର ଗଣ୍ଡାହାତୀ ଜଳ ପ୍ରପାତ ଠାରୁ ଆରମ୍ଭ କରି ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ, ସବୁଜିମା ମଧ୍ୟରେ ରହିଥିବା ଜଳ ପ୍ରପାତ ଗୁଡିକରେ ବଣଭୋଜିଭାତ କରି ଖାଇଥିଲେ । ଏହା ସହ ନୂତନ ବର୍ଷର ସ୍ବାଗତ ତଥା ବର୍ଷର ପହିଲା ଦିନକୁ ସ୍ମୃତିଚାରଣ କରିବା ଲାଗି ସାଙ୍ଗସାଥିମାନଙ୍କ ସହ ଦିନ ବିତାଥିଲେ । ଏହା ସହ ନୃତ୍ୟଗୀତର ଆସର ମଧ୍ୟ ଜମାଇଥିଲେ ।

Leave a Reply

Your email address will not be published. Required fields are marked *