ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଦୁଦୁରକୋଟ କରଣ ସାହିରେ ତ୍ରୟୋଦଶ ବାର୍ଷିକ ଅଷ୍ଟପ୍ରହର ନାମ ସଙ୍କୀର୍ତ୍ତନ l ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ ଦୁଦୁରକୋଟ ପଞ୍ଚାୟତର କରଣ ସାହି ଠାରେ ତ୍ରୟୋଦଶ ବାର୍ଷିକ ଅଷ୍ଟପ୍ରହର ନାମ ସଙ୍କୀର୍ତ୍ତନ ପାରମ୍ପରିକ ରୀତି ନୀତି ଅନୁଯାୟୀ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି l କଳସ ଯାତ୍ରାରେ ଗ୍ରାମର ମହିଳା ମାନେ ନିକଟସ୍ଥ ଗଡପୋଖରି ରୁ ପାଣି ଆଣିଥିଲେ ଓ ଯଜ୍ଞ ମଣ୍ଡପ ନିକଟରେ ସ୍ଥାପନ କରିଥିଲେ l ଅଷ୍ଟପ୍ରହର ନାମ ସଙ୍କୀର୍ତ୍ତନ ରେ ୩୫ ଗୋଟି ସଙ୍କୀର୍ତ୍ତନ ମଣ୍ଡଳୀ ଯୋଗ ଦେଇଥିଲେ l ଏହି କାର୍ଯ୍ୟକ୍ରମରେ ଗ୍ରାମର ଗ୍ରାମବାସୀ ଓ ଅନ୍ୟ ଅଞ୍ଚଳରୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ମାନେ ଉପସ୍ଥିତ ଥିଲେ ଏବଂ ସମସ୍ତଙ୍କ ପାଇଁ ଅନ୍ନ ପ୍ରସାଦ ସେବନ ଆୟୋଜନ ହୋଇଥିଲା l ନଗର କୀର୍ତ୍ତନ ଓ ଉଦଯାପନ ହୋଇଥିଲା l ଏହି କାର୍ଯ୍ୟକ୍ରମରେ କର୍ତ୍ତା ଭାବେ ଦିଲ୍ଲୀପ ପଟ୍ଟନାୟକ ପୁରୋହିତ ଶାନ୍ତନୁ କୁମାର ରଥ ଅଷ୍ଟପ୍ରହରୀ କମିଟି ସଭାପତି ଦିବାକର ପଟ୍ଟନାୟକ ଉପସଭାପତି ପ୍ରତାପ କୁମାର ପଟ୍ଟନାୟକ, ଦାମ ପଟ୍ଟନାୟକ, ଆଡଭୋକେଟ ପ୍ରଶାନ୍ତ ପତି,ଦେବିପ୍ରସାଦ ପଟ୍ଟନାୟକ,ପ୍ରଭାତ ପଟ୍ଟନାୟକ ଓ ଗ୍ରାମର ଗ୍ରାମବାସୀ ସମସ୍ତେ ଯୋଗ ଦେଇ ପ୍ରଭୁଙ୍କ କୃପା ଲାଭ କରିଥିଲେ l