ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶାଶ୍ୱତୀ ନାୟକ : ୨୬ ତାରିଖ ରୁ ୨୮ ତାରିଖ ଯାଏଁ କମ୍ପିବ ବାରଙ୍ଗ ! ଆୟୋଜିତ ହେବାକୁ ଯାଉଛି ଚୁଡଙ୍ଗଗଡ ବାରଙ୍ଗ ମହୋତ୍ସବ ! ଚଳିତ ବର୍ଷ ଏହା ଉତ୍ସବର ଷଷ୍ଠ ସଂସ୍କରଣ ହୋଇଥିବା ସମୟରେ ମହୋତ୍ସବ ପ୍ରସ୍ତୁତି ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ମହୋତ୍ସବ କମିଟିର କର୍ମକର୍ତ୍ତା ! କମିଟିର ସଭାପତି ତୁଷାରକାନ୍ତ ଚକ୍ରବର୍ତ୍ତୀଙ୍କ ସଂଯୋଜନାରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ କମିଟିର ଉପଦେଷ୍ଟା , ସମ୍ପାଦକ ଏବଂ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ରହି ବାର୍ତ୍ତା ପ୍ରଦାନ କରିଥିଲେ !

ବାଙ୍କୀ , ଜଟଣୀ ଏବଂ ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀର ସଂଯୋଗ ସ୍ଥଳରେ ଅବସ୍ଥିତ ବାରଙ୍ଗ ଅଞ୍ଚଳର ଐତିହ୍ୟ କଳା ସାହିତ୍ୟ ସଂସ୍କୃତି କୁ ସମଗ୍ର ରାଜ୍ୟରେ ପରିଚିତ କରାଇବାରେ ଏହି ମହୋତ୍ସବର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ! ଉଦଘାଟନୀ ସନ୍ଧ୍ୟାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେବାର କାର୍ଯ୍ୟସୂଚୀ ଚୂଡାନ୍ତ ହୋଇଛି ! ତିନି ଦିନ ଧରି ଆୟୋଜିତ ହେବାକୁ ଥିବା ଏହି ମହୋତ୍ସବରେ ସାଧାରଣ ସଭା ସହିତ , ପ୍ରତିଭା ସମ୍ମାନ , ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ !

