ପଞ୍ଚୁଦୋଳ ଯାତ୍ରା ଅବସରରେ ବାଣପୁର ପୋଲିସ ର ସତର୍କତା !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଆଜି ହେଉଛି ଐତିହାସିକ ବାଣପୁର ପଞ୍ଚୁଦୋଳ ଯାତ୍ରା । ଭକ୍ତ ଭଗବାନଙ୍କ ଅପୁର୍ବ ମିଳନରେ ମୁଖ ରିତ ହେବ ପଲଟଣ ପଡିଆ । ଆଜି ରାତ୍ର ସମୟରେ ସ୍ଥାନାଧି ପତି ଶ୍ରୀ ଶ୍ରୀ ଚରଣ ଚକା ଦେବଙ୍କ ନିମନ୍ତ୍ରଣ କ୍ରମେ ଚିଲିକା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଗ୍ରାମର ଦେବା ଦେବୀ ଏକାଠି ହେବେ ଐତିହାସିକ ପଲଟଣ ପଡିଆରେ । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଶାନ୍ତି ଶୃଙ୍ଖଳା ବଜାଇ ରଖିବା ପାଇଁ ବାଣପୁର ପୋଲିସ୍ ଦ୍ୱାରା ସଚେତନତା ଜାରି କରା ଯାଇଛି । ନିଜେ ସତର୍କ ରହିବା ସହିତ ଅନ୍ୟକୁ ସତର୍କ କରିବା ପାଇଁ ବାଣପୁର ପୋଲିସ୍ ତରଫରୁ ଅନୁରୋଧ କରା ଯାଇଛି । ମହିଳା ମାନେ ପରିଧାନ କରି ଆସିଥିବା ନିଜର ସୁନା ଗହଣା ଓ ପୁରୁଷ ମାନେ ମୋବାଇଲ ଫୋନ୍ ମନିପର୍ସ ସହିତ ସାଥିରେ ଆଣିଥିବା ଛୋଟ ଛୁଆ ଙ୍କୁ ଦାୟୀତ୍ବ ରେ ରଖିବା ପାଇଁ ପାଇଁ ବାଣପୁର ପୋଲିସ୍ ପକ୍ଷରୁ ସଚେତନତା କରାଯାଇଛି ।।

Leave a Reply

Your email address will not be published. Required fields are marked *