କଟକ ( ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : ପାଠ ସହ ମାଟି ଓ ଦେଶ ପ୍ରେମ ଜରୁରୀ । ୧୮ ବର୍ଷରେ ପାଦ ଥାପିଲା ସରସ୍ୱତୀ ଶିଶୁ ଶିକ୍ଷା ମନ୍ଦିର । ଶିଶୁ ହେଉଛି ଗୋଟିଏ ମାଟି ପିତୁଳା ଏବଂ ବିଦ୍ୟାଳୟ ହେଉଛି କୁମ୍ଭାରଶାଳ .. ସେଠାରେ ତାକୁ ଯେପରି ଗଢ଼ାଯିବ ସେ ସେହିଭଳି ଆକାର ଆକୃତି ପାଇବ। ଶିଶୁ ଆମ ଦେଶର ଭବିଷ୍ୟତ .. ଏଣୁ ବିଦ୍ୟାଳୟ ଶିକ୍ଷା ଯଦି ସଠିକ ରହିଲା ତେବେ ଭବିଷ୍ୟତ ନିଶ୍ଚୟ ଉଜ୍ଜ୍ୱଳ ହୋଇ ପାଇପାରିବ .. କିଛି ଏଭଳି ଚିନ୍ତା ଧାରା ନେଇ ୧୮ ବର୍ଷରେ ପାଦ ଥାପିଛି କଟକ ବଣିଆ ସାହି ସ୍ଥିତ ସରସ୍ୱତୀ ଶିଶୁ ଶିକ୍ଷା ମନ୍ଦିର। ତେବେ କେବଳ ଶିକ୍ଷା ନୁହେଁ ପାଠ ସହ ସାଠ ବି ଜରୁରୀ .. ନାଚ, ଗୀତ, ଖେଳ, ଚିତ୍ରଙ୍କନ ଏ ସବୁଥିରେ ଶିଶୁଙ୍କର କିଭଳି ଆଗ୍ରହ ଆସିବ ଏବଂ ପିଲା ଦିନରୁ ସେ ନିଜ ଲକ୍ଷ୍ୟ ଧାର୍ଯ୍ୟ କରିବ ସେଥିପ୍ରତି ସମ୍ପୂର୍ଣ୍ଣ ଦୃଷ୍ଟି ବିଦ୍ୟାଳୟ ଦିଏ ବୋଲି ଅନୁଷ୍ଠାନର ୧୮ ତମ ବାର୍ଷିକ ଉତ୍ସବରେ ପ୍ରଧାନ ଶିକ୍ଷୟିତ୍ରୀ ଓ ଅବିଭାବକ କହିଛନ୍ତି। ଏହା ବ୍ୟତୀତ ନିଜ ମାଟି ଓ ଦେଶ ପ୍ରେମ କିପରି ହେବା ଦରକାର ତାର ଝଲକ ମଧ୍ୟ ଏହି ବାର୍ଷିକ ଉତ୍ସବରେ ଦେଖିବାକୁ ମିଳିଛି। ଉତ୍ସବର ମାହୋଲ କିଛି ଏଭଳି ଥିଲା ଯେ ଜାତି , ବର୍ଣ୍ଣ, ଧର୍ମ ସବୁକିଛି କୁ ପଛରେ ପକାଇ ଏଠାରେ ହଜାର ହଜାର ଲୋକ ଯୋଗ ଦେଇଥିଲେ ।
ଶିଶୁ ହେଉଛି ଗୋଟିଏ ମାଟି ପିତୁଳା ଏବଂ ବିଦ୍ୟାଳୟ ହେଉଛି କୁମ୍ଭାରଶାଳ !!!

