ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସୀମାଦ୍ରୀ ଆପନା ଫଙ୍କନ୍ସନ ହଲ ପରିସରରେ ଆନ୍ତର୍ଜାତୀକ ସମବାୟ ବର୍ଷ 2025 ପାଳନ ଅବସରରେ ମଧୁବାବୁଙ୍କ ଜୟନ୍ତୀ ଉପଲକ୍ଷେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ଉପ ଜିଲ୍ଲାପାଳ ଅନୁପ ପଣ୍ଡା, ସିନିୟର ARCC ତଥା DRCS ହରିହର ସେଠ,କୃଷକ ସଭାପତି ସୂର୍ଯ୍ୟ ନାରାୟଣ ପଟ୍ଟନାୟକ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ରବୀନ୍ଦ୍ର ଆଡେକ,ନାବାର୍ଡ ର ପ୍ରତୀକ ପଣ୍ଡା, ନୃସିଂହ ଚରଣ ବେହେରା ପ୍ରମୁଖ ମଞ୍ଚାସିନ ଥିଲେ। ଅତିଥିଙ୍କ ଦ୍ବାରା ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା।ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସ୍ୱାଗତ କରାଯାଇଥିଲା।ରଶ୍ମିତା ସାମଲ ଅତିଥି ପରିଚୟ ଓ ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ।ସମବାୟ ମାଧ୍ୟମରେ ସମାଜର ପ୍ରଗତିରେ ମଧୁସୂଦନ ଦାସଙ୍କ ଭୂମିକା ଓ ଅବଦାନ ଏହା ଉପରେ ଆଲୋଚନା ହୋଇଥିଲା। ଅତିଥିମାନେ ମଧୁସୂଦନ ଦାସଙ୍କ ଜୀବନୀ ଓ ତାଙ୍କର କର୍ମଧାରା ଉପରେ ନିଜର ବକ୍ତବ୍ୟ ରଖିଥିଲେ।ବିଭିନ୍ନ ଉଲ୍ଲେଖନିୟ କାର୍ଯ୍ୟ କରିଥିବା ସମବାୟ ସମିତିର ସମ୍ପାଦକ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇ ଥିଲାଏହି କାର୍ଯ୍ୟକ୍ରମରେ ପ୍ରାଥମିକ ସମବାୟ ସମିତିର ସମ୍ପାଦକ ଏ ରାମ ପ୍ରସାଦ, ବାବୁଲି ସାମଲଙ୍କ ସମେତ ଲ୍ୟାମ୍ପସର କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ।ଶେଷରେ ରଶ୍ମିତା ସାମଲ ଧନ୍ୟବାଦ ଅର୍ପଣ କରିଥିଲେ।
ଆନ୍ତର୍ଜାତୀକ ସମବାୟ ବର୍ଷ ପାଳନ : ମଧୁ ବାବୁଙ୍କ ଜୟନ୍ତୀ ଉପଲକ୍ଷେ ଆଲୋଚନାଚକ୍ର ଅନୁଷ୍ଠିତ !!!

