ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଜିଲ୍ଲା ସ୍ତରୀୟ କୃଷକ ଦିବସ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ବି ଏନ ପେଲେସ ଠାରେ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଜିଲ୍ଲା ସ୍ତରୀୟ କୃଷକ ଦିବସ 2025 ପାଳିତ ହୋଇଯାଇଛି।ଭୂମିପୂଜା, ଅକ୍ଷୀ ମୁଠି ଅନୁକୂଳ ଯଥାରୀତି ନୀତି ଅନୁସାରେ ପୂଜାର୍ଚ୍ଚନା ହୋମ କରାଯାଇ ଗଜପତି ଜିଲ୍ଲାପାଳ ଵିଜୟ କୁମାର ଦାଶ୍ ,ଜୀ ତିରୁପତି ରାଓ,ଗୋଶାଣୀ ବ୍ଲକ ଅଧ୍ୟକ୍ଷ ଏନ ବୀର ରାଜୁ, NAC ଅଧ୍ୟକ୍ଷା ଏମ୍ ସୁଧାରାଣୀ, ଗୁମ୍ମା ବ୍ଲକ ଅଧ୍ୟକ୍ଷ। ସୁନେମି ମଣ୍ଡଳ ପ୍ରମୁଖ ଉପସ୍ଥିତ ରହି ଅକ୍ଷି ମୁଠି ଅନୁକୂଳ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ପ୍ରାଣୀ ସମ୍ପଦ ଅଧିକାରୀ ରମା କାନ୍ତ ରଣା, ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକ ସୁରେଶ ପଟ୍ଟନାୟକ, କୃଷକ ସଭାପତି ସୂର୍ଯ୍ୟ ନାରାୟଣ ପଟ୍ଟନାୟକ, RMC ସେକ୍ରେଟାରୀ ରେବତୀ ରମଣ ରାଉତ, ସିନିୟର ଏ ଆର ସି ସି ତଥା ଡି ଆର ସି ଏସ୍ ହରିହର ସେଠ ପ୍ରମୁଖ ଉପସ୍ଥିତ ଥିଲେ।ପରେ ବି ଏନ ପ୍ୟାଲେସ ପରିସରରେ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଜିଲ୍ଲା ସ୍ତରୀୟ କୃଷକ ଦିବସ 2025 ଅବସରରେ କୃଷକ ସଭା ଅନୁଷ୍ଠିତ ହୋଇଥିଲା। ଅତିଥି ମାନେ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜୀ ତିରୁପତି ରାଓ, ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାଶ୍, ମୋହନା ବିଧାୟକ ଦାଶରଥି ଗମାଙ୍ଗ,ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକ ସୁରେଶ ପଟ୍ଟନାୟକ,ଉଦ୍ୟାନ ଉପ ନିର୍ଦ୍ଦେଶକ ସୁଶାନ୍ତ ରଞ୍ଜନ ଦାଶ, ଆର ଉଦୟଗିରି ବ୍ଳକ ଅଧ୍ୟକ୍ଷ ଲକ୍ଷ୍ମୀ ନାରାୟଣ ଶବର,ଜିଲ୍ଲାମୁଖ୍ୟ କୃଷିଅଧିକାରୀ ରବୀନ୍ଦ୍ର ଆଡେକ ପ୍ରମୁଖ ମଞ୍ଚାସିନ ଥିଲେ। ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା।ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଙ୍କ କରକମଳରେ ଖରିଫ 2025 ସି ଏମ୍ କିଷାନ ସହାୟତା ରାଶି ବଣ୍ଟନର ସିଧା ପ୍ରସାରଣ ହୋଇଥିଲା। ଏହି କାର୍ଯ୍ୟକ୍ରମ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓଡ଼ିଶା ସରକାରଙ୍କ ପକ୍ଷରୁ ଆୟୋଜିତ ହୋଇଥିଲା ଏହି କାର୍ଯ୍ୟକ୍ରମରେ କୃଷି ବିଭାଗର ଅଧିକାରୀ ମାନେ ଓବିଭିନ୍ନ ବ୍ଲକର ଚାଷୀ ଭାଇ ଓ ଭଉଣୀମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *