ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଓଡିଶା ରାଜ୍ୟ ଅଣ ଗେଜେଟେଡ କର୍ମଚାରୀ ସମନ୍ୱୟ ସମିତି ତରଫରୁ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳନ ! ରାଜଧାନୀ ୟୁନିଟ ପାଞ୍ଚ ସ୍ଥିତ କର୍ମଚାରୀ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଅମର ଶତପଥୀ , ବିଜେପି ନେତା ପ୍ରିୟଦର୍ଶୀ ମିଶ୍ର , ଜଗନ୍ନାଥ ପ୍ରଧାନ , ସାମ୍ବାଦିକ ସତ୍ୟ ପ୍ରକାଶ ନାୟକ , ଆଡ଼ଭୋକେଟ କଲ୍ୟାଣୀ ସେନ ପ୍ରମୂଖ ଅତିଥି ଭାବରେ ଯୋଗ ଦେଇଥିବା ସମୟରେ ବହୁ ପ୍ରତିଷ୍ଠିତ ଆଇନଜୀବୀ ଏବଂ ସମାଜସେବୀ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ! ଶ୍ରମିକ ମାନଙ୍କର ହକ ଓ ନାଯ୍ୟ ଦାବୀ ପାଇଁ ଅଣ ଗେଜେଟେଡ କର୍ମଚାରୀ ସମନ୍ୱୟ ସମିତି ତରଫରୁ ସରକାର ଙ୍କୁ ଦିଆ ଯାଇଥିବା ଦାବୀ ଉପରେ ବିଚାର ନହେଲେ ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀ ଙ୍କ ବାସ ଭବନ ଘେରାଉ ପାଇଁ ଚେତାବନୀ ଦେଇଛି ସଂଗଠନ !
ଓଡିଶା ରାଜ୍ୟ ଅଣ ଗେଜେଟେଡ କର୍ମଚାରୀ ସମନ୍ୱୟ ସମିତି ତରଫରୁ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳନ !!!

