୭୭ ତମ ସମୀକ୍ଷା ବୈଠକ ସହ ଚିନ୍ମୟ ଫାଉଣ୍ଡେସନର ମିଶନ ଅମୃତ ହସ୍ତମ ପକ୍ଷରୁ ୨୭୬ ଓ ୨୭୭ ତମ ସାପ୍ତାହିକ ସେବା କାର୍ଯ୍ୟ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ସମଗ୍ର ବିଶ୍ୱର କୋଣ ଅନୁକୋଣରେ ମହାମାରୀ କରୋନା ତାଣ୍ଡବ ରଚିଥିବା ବେଳେ, ଏହାର ପ୍ରତିକାର ପାଇଁ ନିରସ୍ତ୍ର ସୈନିକ ସାଜି ନିରବଚ୍ଛିନ୍ନ ଭାବରେ ସଂଗ୍ରାମ ଜାରି ରଖିଛି ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ୍ ଅନ୍ତର୍ଗତ ବାବଲପୁର ସ୍ଥିତ ଆନ୍ତର୍ଜାତିକ ଲୋକ ସଂଗଠନ ଚିନ୍ମୟ ଫାଉଣ୍ଡେସନ। ଗତ ୨୨ ମାର୍ଚ୍ଚ ୨୦୨୦ ମସିହାରୁ ଏପର୍ଯ୍ୟନ୍ତ ୧୯୩୯ ଦିନ ଧରି ଏକ ନିରବଚ୍ଛିନ୍ନ ପ୍ରକ୍ରିୟାରେ ଲୋକମାନଙ୍କୁ ସାହାଯ୍ୟ କରିବା ସହ ମହାମାରୀ କରୋନା ସଚେତନତା, ମାକ୍ସ, ହ୍ୟାଣ୍ଡ ଗ୍ଳୋବ୍ସ ଓ ସାନିଟାଇଜର, ଡେଙ୍ଗୁ ନିରାକରଣ ପାଇଁ ଲିକୁଇଡ ଓ ମଶାରୀ ବଣ୍ଟନ ଚଳାଇ ଆସିଛି।ଏହି ପରିପ୍ରେକ୍ଷୀରେ ଫାଉଣ୍ଡେସନ ଦ୍ବାରା ପରିଚାଳିତ କାର୍ଯ୍ୟକ୍ରମ ମିଶନ୍ ଅମୃତ ହସ୍ତମ୍ ପକ୍ଷରୁ ଫାଉଣ୍ଡେସନର ଦିନ ସଂଖ୍ୟା ୧୯୨୬ ରୁ ୧୯୩୯ ପର୍ଯ୍ୟନ୍ତ ଅର୍ଥାତ୍ ଜୁନ ୨୯ତାରିଖରୁ ଜୁଲାଇ ୧୨ ତାରିଖ ପର୍ଯ୍ୟନ୍ତ ଫାଉଣ୍ଡେସନର ନିରବଚ୍ଛିନ୍ନ ୨୭୬ ଓ ୨୭୭ତମ ସାପ୍ତାହିକ ସେବା ଓ ସଚେତନତା କାର୍ଯ୍ୟକ୍ରମ ଓଡ଼ିଶାର ବିଭିନ୍ନ ଜାଗାରେ କରାଯାଇଥିବାର ଦେଖିବାକୁ ମିଳିଛି।ବିଶେଷ କରି ରଥରୁ ବାହୁଡା଼ ପର୍ଯ୍ୟନ୍ତ ସ୍ୱତନ୍ତ୍ର ସେବା ସହ ବିଭିନ୍ନ ସ୍ଥାନରେ ଗୁଣ୍ଡିଚା ଓ ମାଉସୀ ମାଆ ମନ୍ଦିର ନିକଟରେ କାର୍ଯ୍ୟକ୍ରମ ଗୁଡିକ ଜାରି ରହିଥିଲା।ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଆନ୍ତର୍ଜାତୀୟ ଅଧ୍ୟକ୍ଷ ଡ.ଚିନ୍ମୟ ଦାଶଙ୍କ ନିର୍ଦ୍ଦେଶକ୍ରମେ ସମାଜସେବୀ ଶ୍ରୀକ୍ଷେତ୍ର ସାହୁ, ମାଷ୍ଟର ମିହିର କୁମାର, ଶଶିକାନ୍ତ ପଣ୍ଡା, ଶ୍ରୀତମ ଜେନା ଆଦିଙ୍କ ନେତୃତ୍ୱରେ ରାଜ୍ୟର ବିଭିନ୍ନ ସ୍ଥାନରେ ରିଲିଫ ସହ କୋଭିଡ୍ କିଟ୍ ବଣ୍ଟନ ଜାରୀ ରହିଛି। ଏତଦଭିନ୍ନ ସଂକ୍ରମିତ ହଇଜା ରୋଗରୁ ରକ୍ଷା ପାଇବା ପାଇଁ ଗାଁ ଗାଁ ବୁଲି ସଚେତନତା ସହ ଓ. ଆର. ଏସ, ବ୍ଲିଚିଙ୍ଗ ବଣ୍ଟନ, ଜଳ ବିଶୋଧନ ଆଦି କାର୍ଯ୍ୟ ଜାରି ରହିଥିବାର ଦେଖିବାକୁ ମିଳିଛି। ପ୍ରତି ୨୫ ଦିନରେ କାର୍ଯ୍ୟକ୍ରମ ଗୁଡିକର ସମୀକ୍ଷା କରାଯାଉଥିବା ବେଳେ, ଏହାର ୭୭ତମ ସମୀକ୍ଷା ବୈଠକ ଗତ ଜୁନ ୨୮ ତାରିଖ ଦିନ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଆନ୍ତର୍ଜାତୀୟ ଅଧ୍ୟକ୍ଷ ଡକ୍ଟର ଚିନ୍ମୟ ଦାଶଙ୍କ ଅଧ୍ୟକ୍ଷତାରେ ଭଦ୍ରକ ଜିଲ୍ଲାର କଳେଇ ପଂଚାୟତ ଅନ୍ତର୍ଗତ କ୍ଷେତ୍ରବାସୀ ସାହି ଚୁନିଦା ସ୍ଥିତ ଉତ୍କଳ ନୃତ୍ୟ ତରଙ୍ଗ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଥିଲା। ଏଥିରେ ସଂଚାଳକ ଭାବରେ ମାଷ୍ଟର ମିହିର କୁମାର, ସମୀକ୍ଷକ ଭାବରେ ଉତ୍କଳ ନୃତ୍ୟ ତରଙ୍ଗର ପରିଚାଳକ ଶ୍ରୀଯୁକ୍ତ କାହ୍ନୁ ଚରଣ ସାହୁ, ବାଦ୍ୟକାର ଲୋକନାଥ ବେହେରା, ଅଭିନେତା ଶୁରତ କୁମାର ସେଠୀ, ବାଦ୍ୟକାର ସୁରେନ୍ଦ୍ର କୁମାର ଯେନା, ସମାଜସେବୀ ସନାତନ ବେହେରା, ସଙ୍ଗୀତ ଶିଳ୍ପୀ ଅପର୍ତ୍ତି ମହାରଣା, ହାସ୍ୟ ଅଭିନେତା କୁନା ଭାଇ, ମାତୃକଳା ମହିଳା ସଙ୍ଘଠନର ଟେରାକୋଟା ଶିଳ୍ପୀ ଗୀତାଞ୍ଜଳି ବେହେରା, ରଶ୍ମିତା ସାହୁ, ସସ୍ମିତା ସାହୁ, ରଞ୍ଜିତା ବେହେରା, ପୂର୍ଣ୍ଣବାସୀ ସାହୁ, ଯୋଗ ଗୁରୁମା ସସ୍ମିତା ଦିଦିଙ୍କ ସମେତ ଫାଉଣ୍ଡେସନର କର୍ମକର୍ତ୍ତା ତଥା ଆଖପାଖ ପଞ୍ଚାୟତର ବହୁ ଜନ ସାଧାରଣ ଉପସ୍ଥିତ ରହିଥିଲେ। ଏହି ଅବସରରେ ସେବା, ସଚେତନତା ଓ ସାଂସ୍କୃତିକ ଜାଗରଣ କ୍ଷେତ୍ରରେ କାର୍ଯ୍ୟ କରିଥିବା ଶତାଧିକ ପ୍ରତିଭା ମାନଙ୍କୁ ମାନପତ୍ର, ଉପଢୌକନ ଆଦି ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା।

Leave a Reply

Your email address will not be published. Required fields are marked *