ବାଲୁଗାଁ ମହାବିଦ୍ୟାଳୟରେ ଏନଏସଏସ ଦିବସ ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଲୁଗାଁ ମହାବିଦ୍ୟାଳୟ ଛାତ୍ର ଛାତ୍ରୀମାନଙ୍କ ହୃଦୟରେ ଗୋଷ୍ଠୀସେବା ମାଧ୍ୟମରେ ସମାଜସେବା ଓ ରାଷ୍ଟ୍ରନିର୍ମାଣର ଆଗ୍ରହ ସୃଷ୍ଟିକରିବା ସହ ବ୍ୟକ୍ତିତ୍ୱ ବିକାଶ ନିମନ୍ତେ ଜାତିରପିତା ମହାତ୍ମା ଗାନ୍ଧୀଙ୍କ ଜନ୍ମ ଶତବାର୍ଷିକୀରେ ଆରମ୍ଭ ହୋଇଥିବା ଜାତୀୟ ସେବା ଯୋଜନା ସମ୍ପ୍ରତି ସମଗ୍ର ଦେଶରେ ଖୁବ ଉଲ୍ଲେଖନୀୟ କାର୍ଯ୍ୟକ୍ରମ କରି ପ୍ରଶଂସିତ ହୋଇପାରିଛି l 1969 ସେପ୍ଟେମ୍ବର 24 ରେ ଆରମ୍ଭ ହୋଇଥିବା ଏନଏସଏସର 55 ତମ ଜନ୍ମଦିବସ ଆଜି ବାଲୁଗାଁ ମହାବିଦ୍ୟାଳୟର ପ୍ରଜ୍ଞାଭବନରେ ଅଧ୍ୟକ୍ଷ ଡକ୍ଟର ଲଷ୍ମୀଧର ସୁବୁଦ୍ଧିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତି ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଏନଏସଏସ ଦିବସ କାର୍ଯ୍ୟକ୍ରମ ଉଦଘାଟନ ହେବାପରେ ସମସ୍ତେ ରାଷ୍ଟ୍ରୀୟ ଗୀତିକା ଓ ଜାତୀୟ ସଂଗୀତ ଗାନ କରିଥିଲେ l କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପିକା ରୀନା ରାଉତ ସ୍ୱାଗତ ଭାଷଣ ଦେବାପରେ ଯୁକ୍ତ ଦୁଇ କାର୍ଯ୍ୟକ୍ରମ ଅଧିକାରୀ ସ୍ୱାତୀ ସ୍ଵାଗତିକା ରାଉତ, ଯୁକ୍ତ ଦୁଇ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ଶ୍ରୀଚନ୍ଦନ ଓ ମୁଖ୍ୟ କିରାଣୀ କ୍ଷୀରୋଦ ନାଥ ନାୟକ ଜାତୀୟ ସେବା ଯୋଜନା ମାଧ୍ୟମରେ କିପରି ବ୍ୟକ୍ତିତ୍ୱ ବିକାଶ ହୁଏ ତାହା ଆଲୋଚନା କରିଥିଲେ l ଅଧ୍ୟକ୍ଷ ଡକ୍ଟର ଲଷ୍ମୀଧର ସୁବୁଦ୍ଧି ଏନଏସଏସ ମାଧ୍ୟମରେ ଉନ୍ନତ କ୍ୟାରିଅର ଓ ବୃତ୍ତିଗତ ନିଯୁକ୍ତି ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ l କାର୍ଯ୍ୟକ୍ରମ ଅଧିକାରୀ ଡକ୍ଟର କୈଳାସ ଚନ୍ଦ୍ର ମହାରଣା ଏନଏସଏସରେ ସ୍ବେଛାସେବୀ ଓ କାର୍ଯ୍ୟକ୍ରମ ଅଧିକାରୀ ଭାବେ ତାଙ୍କର ଚାଳିଶି ବର୍ଷର ଅଭିଜ୍ଞତା ବର୍ଣ୍ଣନା କରି କହିଲେ ଯେ ଜାତୀୟ ସେବା ଯୋଜନା ଛାତ୍ରଛାତ୍ରୀ ମାନଙ୍କୁ ନେତୃତ୍ୱ ବିକାଶ ଓ ବ୍ୟକ୍ତିତ୍ୱ ବିକାଶର ଯେଉଁ ବହୁମୁଖୀ ସୁଯୋଗ ପ୍ରଦାନ କରେ ତାହା ଅନ୍ୟ କୌଣସି ସମ୍ପ୍ରସାରଣ ସେବା କରିପାରେନାହିଁ l ପ୍ରାକ୍ତନ ସ୍ବେଛାସେବୀ ଯଶ୍ମିନ ବେଗମ ନିଜର ଅଭିଜ୍ଞତା ଉପସ୍ଥାପନ କରିବା ବେଳେ ସ୍ବେଛାସେବୀ ପ୍ରୋନିତା ବେହେରା ଧନ୍ୟବାଦ ଅର୍ପଣ କରିଥିଲେl ମଞ୍ଚ ସଂଚାଳନ କରିଥିଲେ ସ୍ବେଛାସେବୀ ବିଜୟ ଲଷ୍ମୀ ପଣ୍ଡା l ଆଜି ଏନଏସଏସ ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଏକ ପେଡ଼ ମାକି ନାମ ଶୀର୍ଷକ କାର୍ଯ୍ୟକ୍ରମ ଅଧୀନରେ ଆୟୋଜିତ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ଲଷ୍ମୀଧର ସୁବୁଦ୍ଧି, ଅଧ୍ୟାପକ ସୁବ୍ରତ କୁମାର ତ୍ରିପାଠୀ, ଅଧ୍ୟାପକ ମୃଡ଼ାଣି ଶଙ୍କର ପ୍ରସାଦ ମିଶ୍ର, ଅଧ୍ୟାପକ ପ୍ରବୀଣ କୁମାର ଜେନା, ହିମାଂଶୁ କୁମାର ଦାଶ, ଲେଫ୍ଟନାଣ୍ଟ ଚନ୍ଦନ ନାୟକ, ଡକ୍ଟର ମନସ୍ବିନୀ ପଟ୍ଟନାୟକ, ଧୋବୀ ଚରଣ ପରିଡା ସ୍ନିଗ୍ଧାରାଣୀ ମୁଦୁଲିଙ୍କ ସମେତ ସ୍ବେଛାସେବୀମାନେ ଚାଳିଶ ରୁ ଉର୍ଦ୍ଧ୍ଵ ନଡ଼ିଆ ଗଛ ଚାରା ରୋପଣ କରିଥିଲେ l

Leave a Reply

Your email address will not be published. Required fields are marked *