ପଣ୍ଡିତ ଦୀନ ଦୟାଲ ଉପାଧ୍ୟାୟ ଙ୍କ ଜୟନ୍ତୀ ପାଳିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ବିଜେପି ଜ଼ିଲ୍ଲା କାର୍ଯ୍ୟାଳୟ ପାରଳାଖେମୁଣ୍ଡି କେ.ସୀତାପୁର ମଣ୍ଡଳରେ ପଣ୍ଡିତ ଦୀନ ଦୟାଲ ଉପାଧ୍ୟାୟ ଙ୍କ ୧୧୦ତମ ଜୟନ୍ତୀ ପାଳିତ ହୋଇଯାଇଛି,ଏହି ଅବସରରେ ଜ଼ିଲ୍ଲା ସଦରମହକୁମା ରେ ହୋଇଥିବା କାର୍ଯ୍ୟକ୍ରମରେ ରାଜ୍ୟ ଉପସଭାପତି କେ.ନାରାୟଣ ରାଓ,ଦୀପ ପ୍ରଜ୍ଜ୍ୱଳନ କରିବା ସହ ଧୂପ ପ୍ରଦାନ କରି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ଅନ୍ୟ ମାନଙ୍କ ମଧରେ ଜ଼ିଲ୍ଲା ସାଧାରଣ ସମ୍ପାଦକ ଜଗନ୍ନାଥ ପ୍ରସାଦ ମହାପାତ୍ର,ଅନ୍ୟତମ ସାଧାରଣ ସମ୍ପାଦକ ଇ.ପ୍ରଶାନ୍ତ,ଜ଼ିଲ୍ଲା ଉପସଭାପତି ଜି.ଶ୍ରୀଧର ନାଇଡ଼ୁ,ମଣ୍ଡଳ ସଭାପତି କେ.ଜୀବନ,ନୃସିଂହ ଚରଣ ପଟନାୟକ,ନରେଶ ସାହୁ,ପ୍ରମୁଖ ଧୂପ ଓ ପୁଷ୍ପ ପ୍ରଦାନ କରିଥିଲେ,ପରେ ଜ଼ିଲ୍ଲା ସାଧାରଣ ସମ୍ପାଦକ ଦୀନ ଦୟାଲ କିଭଳି ଏକା ଧାରରେ ପ୍ରଖର ରାଷ୍ଟ୍ର ଭକ୍ତ,ଦକ୍ଷ ସଂଗଠକ ସୁ -ସାହିତ୍ୟିକ ଓ ଏକାତ୍ମ ମାନବବାଦ ଉପରେ ସମଗ୍ର ବିଶ୍ୱକୁ ସେ ସମୟରେ ଏକ ପ୍ରେରଣା ର ସ୍ରୋତ ପାଲଟି ଯାଇଥିଲେ ! ସେହିଭଳି କେ.ସୀତାପୁର ମଣ୍ଡଳରେ ମଧ୍ୟ କେ.ଜୀବନ ବାବୁ ଙ୍କ ନେତୃତ୍ୱ ରେ ପଣ୍ଡିତ ଦୀନ ଦୟାଲ ଉପାଧ୍ୟାୟ ଙ୍କ ଜୟନ୍ତୀ ପାଳିତ ହୋଇଯାଇଛି. ଉକ୍ତ କାର୍ଯ୍ୟକ୍ରମରେ କେ.ଜୀବନ ବାବୁ ଓ ଜଗନ୍ନାଥ ପ୍ରସାଦ ମହାପାତ୍ର ଦୀପ ପ୍ରଜ୍ଜ୍ୱଳନ କରିବା ସହ ଜ଼ିଲ୍ଲା ଉପସଭାପତି ପି.ବାବୁରାଓ,ସ୍ଥାନୀୟ ସରପଞ୍ଚ ପ୍ରମୁଖ ଧୂପ ଓ ପୁଷ୍ପ ଅର୍ପଣ କରି ପଣ୍ଡିତ ଦୀନ ଦୟାଲ ଉପାଧ୍ୟାୟ ଙ୍କ ସ୍ମୃତି ଚାରଣ କରିଥିଲେ !

Leave a Reply

Your email address will not be published. Required fields are marked *